ଦେଶ ବିଦେଶ

ବାତ୍ୟା ମାଡ଼ି ଆସୁଥିବାରୁ ଏଇ ଦ୍ବୀପରେ ବିମାନ ଚଳାଚଳ ବନ୍ଦ; ସ୍ଥାନାନ୍ତରଣ ହେଲେଣି ୩୦୦୦ ଲୋ‌କ – Utkal Mail


ତାଇପେଇ: ସାମୁଦ୍ରିକ ବାତ୍ୟା ‘ହାଇକୁଇ’ ମାଡ଼ି ଆସୁଥିବାରୁ ପୂର୍ବାଞ୍ଚଳ ତାଇୱାନ୍‌ର ବିପଦପୂର୍ଣ୍ଣ ସ୍ଥାନରୁ ପ୍ରାୟ ୩୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା କଥା ଆଜି ସରକାରୀ ଅଧିକାରୀମ‌ାନେ କହିଛନ୍ତି।

ପ୍ରାୟ ୪ ବର୍ଷ ପରେ ଏ ଧରଣର ପ୍ରଥମ ସାମୁଦ୍ରିକ ବାତ୍ୟା ଆଜି ସିଧାସଳଖ ତାଇୱାନ୍‌ ଦ୍ବୀପ ଉପରେ ପ୍ରବାହିତ ହେବ।

ଆଜି ସକାଳୁ ପ୍ରବଳ ବର୍ଷା କରାଉଥିବା ‘ହାଇକୁଇ’ ବାତ୍ୟାର ଘଣ୍ଟାପ୍ରତି ବେଗ ୧୪୦ କିଲୋମିଟର୍‌ ରହିବ ଏବଂ ଆଜି ସନ୍ଧ୍ୟା ୫ ବେଳକୁ ଏହାର ତାଇୱାନ୍‌ ଦ୍ବୀପର ପୂର୍ବ ପ୍ରାନ୍ତରେ ଥିବା ତାଇତୁଙ୍ଗ୍‌ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବ।

ବାତ୍ୟା ଲାଗି ଆଜି ତାଇୱାନ ଦ୍ବୀପର ଦକ୍ଷିଣ ଓ ପୂର୍ବାଞ୍ଚଳରେ ଥିବା ସ୍କୁଲ୍‌ ଓ ଅଫିସ୍‌ ବନ୍ଦ ରଖାଯାଇଛି। ସେହିପରି, ଦ୍ବୀପରେ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୨୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି।

Image Courtesy of Focus Taiwan

ଆଜି ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ କହିଛନ୍ତି, ‘ହାଇକୁଇ’ ହେଉଛି ୪ ବର୍ଷ ପରେ ତାଇୱାନ୍‌ରେ ସ୍ଥଳଭାଗ ପ୍ରବେଶ କରିବାକୁ ଥିବା ପ୍ରଥମ ସାମୁଦ୍ରିକ ବାତ୍ୟା। ତୋଫାନ ପ୍ରଭାବରୁ ରକ୍ଷା ପାଇବା ଲାଗି ପ୍ରସ୍ତୁତି କରିବା ଲାଗି ଜନସାଧାରଣଙ୍କୁ ମନେପକାଇ ଦେଉଛି। ନିଜ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେଇ ବାହାରକୁ ଯିବାରୁ କିଂବା ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

ସାମ୍ବାଦିକ ସମ୍ମିଳନୀ ଡକାଇ ତାଇୱାନ୍‌ର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଆଜି ସକାଳ ୯ଟା ସୁଦ୍ଧା ବାତ୍ୟା ‘ହାଇକୁଇ’ ତାଇୱାନ୍‌ଠାରୁ ମାତ୍ର ୧୮୦ କିଲୋମିଟର୍‌ ଦୂରରେ ଥିଲା। ଗତକାଲିଠାରୁ ଏହା କିଛି ସାମର୍ଥ୍ୟ ଏକଜୁଟ କରିଛି। ତେଣୁ, ସାବଧାନ ରହିଥିବେ। ପଶ୍ଚିମକୁ ଗତି କରି ସୋମବାର ସକାଳ ସୁଦ୍ଧା ଏହା ତାଇୱାନ୍‌ ପ୍ରଣାଳୀକୁ ଚାଲିଯିବାର ସମ୍ଭାବନା ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button