ଓଡିଶା

ସ୍କୁଲରେ ମଦ ପିଇ ଶିକ୍ଷକ ମାତାଲ, ଭାଇରାଲ ହେଉଛି ଭିଡିଓ

ଯାଜପୁର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ଶିକ୍ଷକ । ଯାଜପୁର ଜିଲ୍ଲା ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଜାଫରପୁର ପଂଚାୟତ ଅନ୍ତର୍ଗତ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସଙ୍ଗୀନ ଦୃଶ୍ୟ ।

ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି ।

ବାଲି ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ବିରୁଦ୍ଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ସ୍ଥାନୀୟ ଲୋକେ ମାତାଲ ଶିକ୍ଷକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ହେଲେ ଶିକ୍ଷକ ଜଣକ ମଦ ନିଶାରେ ଏମିତି ଚୁର ଥିଲେ ଯେ ଠିକରେ ଉଠିପାରୁ ନଥିଲେ। ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଜଣେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button