ଦେଶ ବିଦେଶ

ବାଗେଶ୍ବର ଧାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ – Utkal Mail


ଲକ୍ଷ୍ନୌ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ। ଉତ୍ତରପ୍ରଦେଶର ବରେଲିରେ ଅନସ ଅନସାରୀ ନାମକ ଜଣେ ଯୁବକ ବାଗେଶ୍ୱର ଧାମର ପୀଠଧିଶ୍ୱର ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣାପଡ଼ିଛି। ଏହି ଘଟଣାଟି ହାଫିଜଗଞ୍ଜ ପୁଲିସ ଷ୍ଟେସନ ଅନ୍ତର୍ଗତ ରି‌ଠୌରାରେ ଘଟିଛି। ଅନାସ ଅନସାରୀ ଇନଷ୍ଟାଗ୍ରାମରେ ଏକ ଧମକପୂର୍ଣ୍ଣ ପୋଷ୍ଟ କରି ଲେଖିଛନ୍ତି ଯେ, ବାବାଙ୍କ ମୃତ୍ୟୁ ସମୟ ପାଖେଇ ଆସୁଛି। ସନାତନ ଧର୍ମ ଏବଂ ଏହାର ପ୍ରଚାରକ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସମ୍ପର୍କରେ ଏଭଳି ବିବାଦୀୟ ପୋଷ୍ଟକୁ ନେଇ ହିନ୍ଦୁ ସଂଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଅଭିଯୁକ୍ତ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି। ଏବେ ଘଟଣାର ଗମ୍ଭୀରତାକୁ ଦେଖି ପୁଲିସ ଏକ ମାମଲା ରୁଜୁ କରିଥିବା କୁହାଯାଉଛି।

ହାଫିଜଗଞ୍ଜ ପୁଲିସ ଷ୍ଟେସନ ଅନ୍ତର୍ଗତ ରି‌ଠୌରା ନିବାସୀ ଅନସ ଅନସାରୀ ଇନଷ୍ଟାଗ୍ରାମରେ mr_anas2332 ନାମରେ ଏକ ଆଇଡି ତିଆରି କରିଛନ୍ତି। ଏଥିରେ ସେ ସନାତନ ଧର୍ମ ଏବଂ ଏହାର ପ୍ରଚାରକ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ଏକ ଉତ୍ତେଜନାମୂଳକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛନ୍ତି। ଏହାକୁ ନେଇ ହିନ୍ଦୁ ଜାଗରଣ ମଞ୍ଚ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button