କ୍ରୀଡା

ଏସିଆ କପ୍ : ଆଫଗାନିସ୍ତାନକୁ ୮୯ରନରେ ପରାସ୍ତ କଲା ବାଂଲାଦେଶ – Utkal Mail


ଲାହୋର : ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆକପର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮୯ ରନରେ ପରାସ୍ତ କରିଛି ବାଂଲାଦେଶ । ବାଂଲାଦେଶ ଦ୍ବାରା ରଖାଯାଇଥିବା ୩୩୫ ରନ ଲକ୍ଷ୍ୟର ଜବାବରେ ଆଫଗାନିସ୍ତାନ ୪୪.୩ ଓଭରେ ୨୪୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଇବ୍ରାହିମ ଜଦରାନ ୭୫ ରନ କରିଥିବାବେଳେ  ହସମତୁଲ୍ଲା ସାହିଦି ୫୧ରନ  ଓ ରହମତ ଶାହ ୩୩ରନ କରିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ମହମ୍ମଦ ନଇମ୍ ଓ ମେହଦି ହାସନ ମିରାଜ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୦ ରନ କରି ଏକ ଭଲ ଆରମ୍ଭ କରିଥିଲେ । ନଇମ୍ ୨୮ରନ କରି ଆଉଟ ହେବା ପରେ ତୌହିଦ୍ ହ୍ରିଦୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ଉଭୟ ବ୍ୟାଟର ଶତକ ହାସଲ କରିଥିଲେ । ମିରାଜ ୧୧୨ ରନ କରି ରିଟାୟାର୍ଡ ହଟ ଓ ସାଣ୍ଟୋ ରନ ଆଉଟ ହୋଇଥିଲେ । ଏହି ଦୁଇ ବ୍ୟାଟର ପାଭିଲିୟନ ଫେରିବା ପରେ ଆସିଥିବା ମୁସ୍ତାଫିଜୁର ରହିମ ଓ ସକିବୁଲ ହସନ ମଧ୍ୟ ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୦୦ ସେପଟକୁ ନେଇଯାଇଥିଲେ  ଓ ୩୩୪ରେ ପହଞ୍ଚାଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ୍ ଓ ମୁଜିବୁର ରେହେମାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button