କ୍ରାଇମ

ପ୍ରାଣୀଧନ ନିରୀକ୍ଷକଙ୍କ ଘରୁ ଚୋରି – Utkal Mail


ଚଣ୍ଡିଖୋଲ: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗ୍ରାମର ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଗଦାଧର ଦାସଙ୍କ ଘରୁ ଚୋରି ହୋଇଛି। କିଛି ଦୁର୍ବୃତ୍ତ କବାଟ ତାଲାଭାଙ୍ଗି ଶ୍ରୀ ଦାସଙ୍କ ଘରେ ପଶିଥିଲେ। ଘରେ ଥିବା ଏକ ଷ୍ଟିଲ ଆଲମିରା ଭାଙ୍ଗିଥିବା ବେଳେ ସେଥିରେ କୌଣସି ଅଳଙ୍କାର ନଥିଲା। ଫଳରେ ଦୁର୍ବୃତ୍ତମାନେ ଆଲମିରାରେ ଥିବା ଶ୍ରୀ ଦାସଙ୍କ ଜମିବାଡ଼ି କାଗଜପତ୍ର, ଆଧାରକାର୍ଡ, ପ୍ୟାନକାର୍ଡ ଆଦି ଜରୁରି କାଗଜପତ୍ର ନେଇଯାଇଥିଲେ। ଶ୍ରୀଦାସ ତାଙ୍କ ଝିଅ ଘରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିଲେ। ଘରକୁ ଫେରିବା ପରେ ଶ୍ରୀ ଦାସ ଏହା ଦେଖି ଥାନାରେ ଅଭିଯୋଗ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button