ବିଚାର

ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି କରିଲା ଭାଇ, ଆଉ ତା ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ।   ସୂଚନା ମୁତବାକ ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି ଭାଇ କରିଲା ସ୍ତ୍ରୀ । ଶୁଣିବକକୁ ବିଶ୍ଵାସଯୋଗ୍ୟ ହେଉନଥିବା ଏହି ଘଟଣା ଟି ହେଉଛି ରାଜସ୍ଥାନ ଜୋତପୁରର ତରୁଣା ନାମକ ଯୁବତୀ ପ୍ରେମିକଙ୍କ ପାଇଁ ସ୍ଵାମୀ ହାତରେ ରାକ୍ଷୀ ବାନ୍ଧି ବାର ନିଷ୍ପତି ନେଇଥିଲେ । କାରଣ ତରୁଣା ଘରଲୋକେ ତାଙ୍କ ଇଛା ବିରୁଦ୍ଧରେ ଏହି ବିବାହ ଟି କରିଥିଲେ ମାତ୍ର ତରୁଣା ତାଙ୍କ ଛୋଟ ବେଳସାଙ୍ଗ ସୁରେନ୍ଦ୍ରକୁ ଭଲ ପାଇଥିବା ହେତୁ ସ୍ଵାମୀଙ୍କୁ କରିଥିଲେ ଭାଇ ।

ତେବେ ଖବର ମୁତାବକ ତରୁଣା ଯୁବତୀ ଜଣକଙ୍କର ପ୍ରଥମେ ସୁରେନ୍ଦ୍ରଙ୍କ ସହ ବିବାହ ହୋଇଥିଲେ । ମାତ୍ର ତରୁଣାଙ୍କ ଘରଲୋକେ ତାଙ୍କ ଜାତିର ପୁଅ ହୋଇନଥିବା କାରଣରୁ ଜୋରଜବାଦସ୍ତି କରି ତରୁଣାକୁ ତାଙ୍କ ପ୍ରଥମ ସ୍ଵାମୀ ସୁରେନ୍ଦ୍ରଙ୍କ ଘରୁ ଉଠାଇ ଆଣିଥିଲେ ଏବଂ ଦୀର୍ଘ ପାଞ୍ଚ ମାସ ଯାଏ ତାଙ୍କୁ ବାହାରକୁ ଆସିବାକୁ ମନାକରିଥିଲେ ।

ତରୁଣାକୁ ସୁରେନ୍ଦ୍ରଙ୍କ ସହ ମିଶିବାକୁ କଦାପି ଦେଇନଥିଲେ ଏଭଳି ପାଞ୍ଚ ମାସ ହେବା ପରେ ତରୁଣାଙ୍କ ଘରଲୋକେ ତାଙ୍କର ଦ୍ଵିତୀୟ ବିବାହ କରିବାର ଯୋଜନା କରିଥିଲେ । ଚଣ୍ଡୀଗଡରେ ଥିବା ଜିତେନ୍ଦ୍ର ଯୋଶୀଙ୍କ ସହ ତରୁଣାଙ୍କ ଦ୍ଵିତୀୟ ବିବାହ କରିଥିଲେ । ମାତ୍ର ବିବାହ ପରେ ଜିତେନ୍ଦ୍ର ତାଙ୍କୁ ନିର୍ଯ୍ୟାତନା କରୁଥିବା ଅଭିଯୋଗ ଆଣିଥିଲେ ତରୁଣା ।

କିଛି ଦିନ ପୂର୍ବେ  ତରୁଣାଙ୍କ ଦେହ ଅସୁସ୍ଥତା ଥିବା ହେତୁ ତାଙ୍କୁ ଡାକ୍ତରଖାନା ନେଇକି ଯାଇଥିଲେ ଏବଂ ତରୁଣା ସେଠାରେ ଜଣକ ଠାରୁ ଫୋନ୍ ଆଣି ତାଙ୍କ ପ୍ରଥମ ସ୍ଵାମୀ ସୁରେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଏହା ବ୍ୟତୀତ ସେ ତାଙ୍କ ଦୁଃଖଭରା କାହାଣୀ ଟୁୱଟାର ରେ ପୋଷ୍ଟ କରିଥିବା ବେଳେ ବଲିଉଡ ଗାୟକ ସୋନୁ ସୁଡ  ମଧ୍ୟ ତାଙ୍କ ପୋଷ୍ଟକୁ ଟାଗ୍ କରିଥିଲେ ।

ତରୁଣା ଯେବେ ତାଙ୍କ ଦ୍ଵିତୀୟ ସ୍ଵାମୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ତେବେ ସେ ତାହାକୁ ଅସ୍ଵୀକାର କରି ମୁଁ ତୁମ ପ୍ରଥମ ବିବାହ ସମ୍ବନ୍ଧରେ କିଛି ଜାଣି ବୋଲି କହିଥିଲେ । ସେ ଚାହିଲେ ପ୍ରଥମରୁ ମନା କରିଥାନ୍ତେ । କେବେ ବି ବାଧ୍ୟ କରି ବିବାହ କରି ନ ଥାନ୍ତେ ବୋଲି କହିଥଲେ  । ତେବେ ତରୁଣାଙ୍କ ପ୍ରଥମ ବିବାହ ଓ ସ୍ଵାମୀ ସମ୍ପର୍କରେ କୋଣସି ସୂଚନା ଏବେ ଯାଏ ମିଳିନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button