କ୍ରାଇମ
ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ପିପିଲିରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ପୋଲିସ ଗିରଫ କରିଛି। ମୋବାଇଲ ଟ୍ରାକ୍ କରି ବାଲିପାଟଣା ଅଚ୍ୟୁତପୁର ଅଂଚଳରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସମ୍ପର୍କୀୟଙ୍କ ଘରେ ଲୁଚିଥିବା ଖବର ମିଳିବା ପରେ ପୋଲିସ ଚଢଉ କରିଥିଲା। ଗତକାଲି ପିପିଲି ନୂଆ ଶାସନର ଲିକୁନା ବେହେରାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା।