ଚୋରି କରୁଥିବା ବେଳେ ଛାଡ଼ିଦେଲା ଟ୍ରେନ, ଯାତ୍ରୀମାନେ ଏପରି ବଞ୍ଚାଇଲେ ଚୋରର ଜୀବନ – Utkal Mail
ନୂଆଦିଲ୍ଲୀ: ଟ୍ରେନ ଚାଲୁଥିବା ସମୟରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଯାଇଥାଏ। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥାଏ। ନିକଟରେ ଜଣେ ବିକାଳି ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରେନର ଦ୍ବାର ହଠାତ ବନ୍ଦ ହୋଇଯାଇଥିଲା। ସେ ଜୀବନବିକଳରେ ଟ୍ରେନର ଝରକାକୁ ଧରି ପକାଇଥିଲେ। ଏହାପରେ ଟ୍ରେନରେ ବସି ଯାତ୍ରା କରୁଥିବା କିଛି ଯାତ୍ରୀ ବୃଦ୍ଧ ବିକାଳିଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ। ଶେଷରେ ବୃଦ୍ଧବିକାଳିଙ୍କ ଜୀବନ ରକ୍ଷା ପାଇଯାଇଥିଲା।
ଏମିତି ଏକ ଘଟଣାର ଭିଡିଓ ପୁଣି ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ନେଇ କୁହାଯାଉଛି କି, ଷ୍ଟେସନରେ ଟ୍ରେନ ଅଟକି ଥିବା ବେଳେ ବାହାର ପଟରୁ ଝରକା ଦେଇ ଜଣେ ଚୋର ଚୋରି କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଟ୍ରେନ ଭିତରେ ବସିଥିବା ଜଣେ ଯାତ୍ରୀ ଭିତରୁ ଥାଇ ଚୋର ହାତକୁ ଧରି ପକାଇଥିଲେ। ଏହାପରେ ଟ୍ରେନ ଛାଡ଼ି ଦେଇଥିଲା। ଫଳରେ ଚୋର ଜଣକ ଟ୍ରେନ ଝରକାରେ ସେମିତି ଝୁଲି ରହିଥିଲା। ଟ୍ରେନ ଆଗାମୀ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିବା ଯାଏଁ ଚୋରକୁ ଯାତ୍ରୀମାନେ ଝରକା ମାଧ୍ୟମ ଦେଇ ସେମିତି ଧରି ରହିଥିଲେ। ଆଗାମୀ ଷ୍ଟେସନ ପହଞ୍ଚିବା ପରେ ଟ୍ରେନଯାତ୍ରୀ ଚୋରକୁ ରେଳ ପୁଲିସ ଜିମା ଦେଇଥିଲେ। ଏଥିସହିତ ଚୋର ବି ଚୋରି ପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଥିଲା।
Watch | Bihar: Passenger caught the thief who tried to escape through hanging onto the window of a speeding train in Sonpur Barauni Railway Station. pic.twitter.com/ew4IFtIcj2
— Pranjal (@Pranjaltweets_) September 3, 2023



