ମନୋରଞ୍ଜନ

ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନକୁ କିଏ ବା ନ ଜାଣେ। କିଛି ଦିନ ତଳେ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ। ପରେ ଦୋଷମୁକ୍ତ ହୋଇ ସେ ଅବଶ୍ୟ ଜେଲରୁ ମୁକୁଳିଛନ୍ତି। ଏବେ ତାଙ୍କର ଷ୍ଟାଇଲ ଏବଂ ଲୁକ୍‌ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଛି। ଆର୍ଯ୍ୟନ୍‌ ଖାନ୍‌ ତାଙ୍କର କିଛି ଲାଟେଷ୍ଟ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ପାପା ଶାହାରୁଖ କହିଛନ୍ତି, ମୋ ପୁଅ ମୋତେ ବଳିଗଲା।

ବାପା ଶାହାରୁଖ ତାଙ୍କ ଲାଡଲା ଉପରେ ଭଲ ପାଇବା ଢାଳି ଦେଇଛନ୍ତି। ଆର୍ଯ୍ୟନଙ୍କ ଫଟୋ ଦେଖି ପ୍ରଶଂସକମାନେ ‘ମେନ୍‌ ହୁଁ ନା’ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ମନେ ପକାଇଥିଲେ। ଫ୍ୟାନ୍‌ମାନେ ଏହି ଦୃଶ୍ୟର ଫଟୋ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ଶାହାରୁଖ ଖାନ୍‌ ଏହି ଫଟୋ ଦେଖିବା ମାତ୍ରେ ସେ ତୁରନ୍ତ ଏହାର ସ୍କ୍ରିନ ସର୍ଟ ନେଇ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, ‘ମୋ ପୁଅ ମୋତେ ବଳିଗଲା’।

ଏହି ଦୃଶ୍ୟରେ ଶାହାରୁଖ ଏକ ଗ୍ରୀଲ ଉପରେ ଡେଉଁଥିବାର ନଜର ଆସିଥିଲେ। ସେହିଭଳି ଆର୍ଯ୍ୟନ୍‌ ମଧ୍ୟ ଗୋଟିଏ ହାତ ସାହାଯ୍ୟରେ ତାଙ୍କ ଫଟୋରେ ଡେଉଁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଖାନଙ୍କ ନାମ ସାମ୍ନାକୁ ଆସିଥିଲା। ଏହି କାରଣରୁ ତାଙ୍କୁ କିଛି ଦିନ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ ଆର୍ଯ୍ୟନ୍‌ ଖାନ୍‌ ଏନ୍‌ସିବିରୁ କ୍ଲିନ୍‌ ଚିଟ୍‌ ପାଇ ମୁକୁଳି ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button