ଦେଶ ବିଦେଶ

୯ ବର୍ଷରେ ୩୮୯ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ୩,୩୦୦ କୋଟି ଟଙ୍କା ଆୟ କରିଛି ଭାରତ – Utkal Mail


ବେଙ୍ଗାଲୁରୁ: ଗତ ୯ ବର୍ଷରେ ଭାରତ ୩୮୯ଟି ‌ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ୩,୩୦୦ କୋଟି ଟଙ୍କା ଆୟ କରିଥିବା କଥା ବୁଧବାର ଦିନ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରରେ ଦେଶର କୃତ୍ବିତ୍ବ ରିପୋର୍ଟ ପ୍ରକାଶ କରି କହିଛନ୍ତି।

କେତେଗୁଡ଼ିଏ ‘ଏକ୍ସ୍‌’ (ଟୁଇଟ୍‌) କରି ସରକାର ‘ମହାକାଶରେ ଭାରତର ପାରଦର୍ଶିତାର ଦଶକ’ ପ୍ରଦର୍ଶନ କରି କହିଛି, ‘ଏନ୍‌ଡିଏ’ ସରକାରଙ୍କର ୯ ବର୍ଷର ଶାସନ କାଳରେ ‘ଇସ୍ରୋ’ ଉତ୍‌କ୍ଷେପଣ କରିଥିବା ୪୨୪ଟି ସାଟେଲାଇଟ୍‌ରୁ  ୩୮୯ଟି ହେଉଛି ବିଦେଶୀ ରାଷ୍ଟ୍ରମାନଙ୍କର। ୨୦୧୪ ପୂର୍ବରୁ ମାତ୍ର ୩୫ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା।

Image Courtesy of Times of India

ମହାକାଶ ଅଭିଯାନରୁ ଲାଭ ଭାବେ ଗତ ୯ ବର୍ଷରେ ୩୮୯ଟି ବିଦେଶୀ ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ଦେଶ ୩,୩୦୦ କୋଟି ଟଙ୍କା ଆୟ କରିଛି। ସେହିପରି, ୨୦୧୭, ଫେବ୍ରୁଆରି ୧୫ ତାରିଖରେ ‘ପିଏସ୍‌ଏଲ୍‌ଭି-ସି୩’ରେ ୧୦୪ଟି ସାଟେଲାଇଟ୍‌ ଉତ୍‌‌କ୍ଷେପଣ କରି ଭାରତ ରେକର୍ଡ ସୃଷ୍ଟି କରିଥିଲା। ସେଥିରେ ଯାଇଥିବା ୧୦୪ଟି ସାଟେଲାଇଟ୍‌ରୁ ୧୦୧ଟି ଥିଲା ବିଦେଶୀ ଗ୍ରାହକମାନଙ୍କର।

ଏହାଛଡ଼ା, ୨୦୧୩-୧୪ରେ ଭାରତର ମହାକାଶ‌ କ୍ଷେତ୍ର ପାଇଁ ଥିବା ୫,୬୧୫ କୋଟି ଟଙ୍କାର ବଜେଟ୍‌କୁ ୧୦ ବର୍ଷ ମଧ୍ୟରେ ୧୨,୫୪୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ବଜେଟ୍‌ ବୃଦ୍ଧି ହାର ୧୨୩% କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button