ମନୋରଞ୍ଜନ

Bobby Mishra କହିଲେ ‘ମୁଁ ତାଙ୍କୁ ଆଜି ବି ମୁଁ ସେତିକି ଭଲ ପାଏ, ତାଙ୍କର ପୁଅଟେ ହେଇ ସାରିଲାଣି, ହେଲେ ଏବେ ବି ଯଦି ସେ ଫେରନ୍ତି…’

ନମସ୍କାର ବନ୍ଧୁଗଣ, ବବି ମିଶ୍ର ପୂର୍ବରୁ କୋଏଲ ବାନାର୍ଜୀଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ କୋଏଲ ଏବଂ ବବି ମିଶ୍ରଙ୍କ ଛାଡପତ୍ର ହୋଇସାରିଛି । ଅନ୍ୟତ୍ର କୋଏଲ ବିବାହ କରିବା ସହ ତାଙ୍କର ଗୋଟିଏ ପୁଅ ମଧ୍ୟ ହୋଇସାରିଲାଣି । କିନ୍ତୁ ଏବେ ବି ବବି ମିଶ୍ର କହୁଛନ୍ତି କୋଏଲ ଫେରିଆସିଲେ ମୁଁ ପୁଣି ତାଙ୍କୁ ରଖିବି । ତାଙ୍କୁ ମୁଁ ଭଲ ପାଉଛି ଏବେ ବି । ନିଜ ମନରେ ଥିବା ଏଭଳି କାଥାର ଖୁଲାସା କାହିଁକି କରିଛନ୍ତି ବବି ମିଶ୍ର କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା ।

ବବି ମିଶ୍ର କହିଛନ୍ତି ସେ ଜଣେ ଡୁଆଲ ମିନିଙ୍ଗ ଲୋକ ନୁହନ୍ତି । ବବି ମିଶ୍ର ଭିତରୁ ଯାହା ସେଇଆ ହିଁ ସେ ଲୋକମାନଙ୍କ ସାମ୍ନାରେ ଦେଖାଇଥାନ୍ତି । ବବି ମିଶ୍ର କହିଛନ୍ତି ସେ ବିଲକୁଲ ମଧ୍ୟ ଚିନ୍ତାରେ ନାହାନ୍ତି ସେ ସବୁଦିନ ବହୁତ ଲୋକଙ୍କୁ ଖୁସି କରିବା ଆଶାରେ ସକାଳୁ ଉଠନ୍ତି ।

ବବି ମିଶ୍ର କହିଛନ୍ତି ସେ ତାଙ୍କ କଥାର ଜାଦୁରେ ବହୁତ ଲୋକଙ୍କୁ ଡିପ୍ରେସନରୁ ମଧ୍ୟ ବାହାର କରିଛନ୍ତି ଏବଂ ମିଡିଆ ସାମ୍ନାରେ କହିଛନ୍ତି ମୁଁ ଚିନ୍ତାରେ ନାହିଁ ସତ କିନ୍ତୁ ମୁଁ କୋଏଲଙ୍କୁ ବହୁତ ଭଲ ପାଏ । ସେ ତାଙ୍କ ଠାରୁ ଦୂରେଇ ଯିବା ପରେ ମଧ୍ୟ ଏବେ ବି ମୁଁ କୋଏଲକୁ ଭଲ ପାଉଛି ବୋଲି କହିଛନ୍ତି ବବି ମିଶ୍ର ।

ଏହାକୁ ନେଇ ଲୋକ କଣ କହିବେ ସେଇଟା ସିଏ ଭାବିନାହାନ୍ତି । କୋଏଲ ଯଦି ବବିଙ୍କ ପାଖକୁ ଫେରିଆସିବେ ତ ସେ ପୁଣି ଥରେ ତାଙ୍କୁ ଖୁସିରେ ଗ୍ରହଣ କରିବେ ବୋଲି କହିଛନ୍ତି ବବି ମିଶ୍ର । ମୁଁ ଭଲ ପାଏ ତାଙ୍କୁ ମୁଁ ଜାଣିଛି ତାଙ୍କର ଗୋଟିଏ ପୁଅ ବି ହେଇସାରିଲାଣି ତଥାପି ତାଙ୍କ ପ୍ରତି ମୋ ଭଲ ପାଇବା କମି ନାହିଁ ତାଙ୍କ ପ୍ରତି ଏଭଳି କଥା କହିଲେ ବବି ।

ତାଙ୍କ କହିବା ଅନୁଯାୟୀ ସେ କୋଏଲଙ୍କୁ ଭଲ ପାଆନ୍ତି ତେଣୁ ତାଙ୍କ ସହ ଯାହା ବି ଘଟିବ ତାଙ୍କ ସହ ସେହି ସବୁକୁ ସେ ଗ୍ରହଣ କରିବା ପ୍ରସ୍ତୁତ ଅଛନ୍ତି । କୋଏଲଙ୍କ ପ୍ରତି ତାଙ୍କର ଭଲ ପାଇବା ଥିଲା ଏବେ ବି ଅଛି ବୋଲି କହିଛନ୍ତି ବବି ମିଶ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button