ମଝି ରାସ୍ତାରେ ଅଟକିଲା ୧୫ ଲକ୍ଷ ଟଙ୍କାର EV କାର୍, ଘରକୁ ଟାଣି ଟାଣି ଆଣିଲା ଇ-ରିକ୍ସା

ରାଜସ୍ତାନର ଅଲୱରର ଏକ ଭିଡିଓ ହେଉଛି ଭାଇରଲ । EV କାରଟିକୁ ଟାଣି ଟାଣି ନେଉଛି ଇ-ରିକ୍ସା । ଚାର୍ଜ ସରିଯିବାରୁ ମଝି ରାସ୍ତାରେ ଅଟକିଥିଲା କାର୍ । ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର ସଫଳ ହୋଇନଥିଲେ । ଯାହା ପରେ କାର୍ ଡ୍ରାଇଭର ଜଣକ ଇ-ରିକ୍ସାର ସାହାଯ୍ୟ ନେଇଥିଲେ ।
କିଛି ଦିନ ପୂର୍ବରୁ କିଣାଯାଇଥିବା ଏକ ଟାଟା ନେକ୍ସନ EV କାର୍ ରାସ୍ତାରେ ହଠାତ୍ ଖରାପ ହୋଇଗଲା । ଯାହାଦ୍ବାରା ଟ୍ରାଫିକ ଜାମ୍ ଭଳି ସମସ୍ୟା ଉପୁଜିଲା । ଏହାରି ମଧ୍ୟରେ କାର୍ ହ୍ରାଇଭର ଜଣକ ଇ-ରିକ୍ସାର ଡ୍ରାଇଭରଙ୍କ ସାହାଯ୍ୟ ମାଗିଥିଲେ । ଯାହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା । ସେହି ଇ-ରିକ୍ସାର ଏକ ଦଉଡି ସାହାଯ୍ୟରେ କାରଟିକ୍ ଘର ପର୍ଯ୍ୟନ୍ତ ଟାଣି ନେଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଗାଡ଼ି ଲଞ୍ଚ ହେଉଛି । ଏତେ ସୁବିଧା ସତ୍ତ୍ବେ ଲୋକମାନେ ତଥାପି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର EV କାରଗୁଡିକୁ ଅତ୍ୟଧିକ ମାତ୍ରାରେ ପ୍ରମୋଟ କରୁଛନ୍ତି । କାର୍ କମ୍ପାନୀଗୁଡିକ ମଧ୍ୟ EV କାର୍ ବନେଇବାରେ ବ୍ୟସ୍ତ ରହିଛନ୍ତି । କିନ୍ତୁ କମ୍ପାନୀଗୁଡିକ ସେହି ଗାଡ଼ି ସବୁକୁ ଚାର୍ଜି କରିବା ପାଇଁ କୌଣସି ବ୍ୟବସ୍ଥା କରି ନାହିଁ । ଯାହା ଫଳରେ ଡ୍ରାଇଭର ଏବଂ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଇ-ରିକ୍ସା ଗାଡ଼ି କାରଟିକୁ ଟାଣି ନେଇ ଯାଉଥିଲାବେଳେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।



