ନୀତି

ମେହେର ସମ୍ପ୍ରଦାୟର ନିଆରା ଦୀପାବଳି, ମାଟି ନୁହେଁ ଏଠି ଲାଗେ ଚାଉଳ ଚୁନାରେ ତିଆରି ଦୀପ

ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଆଲୋକର ପର୍ବ ଦୀପାବଳୀ । ହେଲେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ମେହେର ସମ୍ପ୍ରଦାୟର ପରିବାର । ଆସନ୍ତୁ ଜାଣିବା ମେହେର ସମ୍ପ୍ରଦାୟର ଏହି ନିଆରା ଦୀପାବଳି ବିଷୟରେ । ଦୀପାବଳି ଦିନ ସନ୍ଧ୍ୟାରେ ଘରେ ଘରେ ଜମିଥାଏ ପିଠାପଣାର ଆସର । ଆଉ ତା’ ସହ ନିଜର କୌଳିକ ବୃତ୍ତି ତନ୍ତଶାଳାରେ ରୀତିନୀତି ଅନୁଯାୟୀ ପୂଜା କରିବା ସହ ଆଖୁ ବଳି ଦେଇଥାନ୍ତି ଲୋକେ ।

ଏହି ପୂଜାରେ ଲାଗୁଥିବା ଦ୍ଵୀପର ବିଶେଷ ଆକର୍ଷଣ ହେଉଛି ଏହା ମାଟି କିମ୍ବା ଅନ୍ୟ କୌଣସି ବସ୍ତୁରେ ତିଆରି ନହୋଇ ଚାଉଳ ଚୁନାରେ ତିଆରି ଦୀପ ଲଗାଯାଇଥାଏ । ସେହିଭଳି ସଂଧ୍ୟାରେ ସମୟରେ ଆଖୁରେ ଦୀପ ଜାଳି ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ବଡ଼ବଡ଼ିଆଙ୍କୁ ଡାକିଥାନ୍ତି ଗ୍ରାମବାସୀ । ଏହି ପରମ୍ପରାରେ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି । ଲୋକକଥା ଅନୁଯାୟୀ ପିତୃପୁରୁଷଙ୍କୁ ଏହା ଏକ ବିଦାୟୀ ପରମ୍ପରା ।

କିନ୍ତୁ ପୌରାଣିକ ମାନ୍ୟତା ଅନୁଯାୟୀ ବିଜୟା ଦଶମୀରେ ରାବଣକୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନବାସରୁ ଅଯୋଧ୍ୟାକୁ ଫେରୁଥିଲେ । ଯେଉଁ ଖୁସିରେ ଅଯୋଧ୍ୟାବାସୀ ଦ୍ଵୀପ ଜାଳି ସାରା ସହରକୁ ଆଲୋକିତ କରିଦେଇଥିଲେ । ସେଥିପାଇଁ ଏହି ପର୍ବକୁ କେଉଁ କାଳରୁ ଦୀପାବଳି ଭାବେ ପାଳନ କରିଆସୁଛନ୍ତି ଲୋକେ । ବର୍ତ୍ତମାନ ଆଧୁନିକ ଯୁଗରେ ଅଧିକାଂଶ ପରମ୍ପରା ଲୁପ୍ତ ହେବାକୁ ବସିଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଯୁବ ପିଢ଼ି ତାଙ୍କ ପୂର୍ବପୁରୁଷ ପାଳନ କରିଆସୁଥିବା ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button