ଦେଶ ବିଦେଶ

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି , ଲାଗିଲା ସାମାନ୍ୟ ଆଘାତ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି । ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜେଲେନସ୍କିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଗୁରୁତର ନଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଅନ୍ୟପଟେ ଜେଲେନସ୍କିଙ୍କ ମୁଖପାତ୍ର ସେରହି ନିକିଫୋରୋଭ ସେପ୍ଟେମ୍ବର ୧୫ ରେ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ କାର ସହ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଜଣେ ଡାକ୍ତର ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପରୀକ୍ଷା କରିଥିଲେ। ଏଥିସହିତ ଜେଲେନସ୍କି ଡ୍ରାଇଭରଙ୍କ ମଧ୍ୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଜେଲେନସ୍କିଙ୍କ ମୁଖପାତ୍ର ନିକିଫୋରୋଭ କହିଛନ୍ତି ଯେ ଆଇନ ଶୃଙ୍ଖଳା ଏଜେନ୍ସି ଏହି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବ। ଦୁର୍ଘଟଣାର ସମସ୍ତ ପରିସ୍ଥିତି ଅନୁଧ୍ୟାନ କରାଯିବ। କୁହାଯାଉଛି ଯେ ରାଷ୍ଟ୍ରପତି କିଭ ଦେଇ ଯାଉଥିବା ବେଳେ ଜେଲେନସ୍କିଙ୍କ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ରାଷ୍ଟ୍ରପତି କୌଣସି ଗୁରୁତର ଭାବେ ଆହତ ହୋଇନାହାଁନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button