ଜୀବନଶୈଳୀ

ମହାନ ହେଇଗଲେ କାମିନୀ, ନିଜ ଜୀବନ ବଦଳରେ ୭ ଜଣଙ୍କୁ ଏମିତି ଦେଇଗଲେ ଜୀବନ, ଶୁଣିଲେ ଆପଣଙ୍କ ଛାତି ବି ଗର୍ବରେ ଫୁଲି ଉଠିବ

ସରକାର ଏହି କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ରେ ଆଣିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ଆଦି ରେ ଲାକଡାଉନ କରିଛନ୍ତି ଯାହା ଦ୍ୱାରା ଲୋକମାନେ ସୁରକ୍ଷିତ ନିଜ ଘରେ ରହି ପାରିବେ । ତେବେ ଏହି ଲାକଡାଉନ ସମୟରେ ଏକ ଭଲ ଖବର ଶୁଣିବାକୁ ମିଳିଛି ।

ଜଣେ ସ୍ତ୍ରୀ ଲୋକ ଏହି ଲାକଡାଉନ ରେ ମୃତ୍ୟୁ ପରେ ସେ ନିଜର ଅଙ୍ଗ ଗୁଡ଼ିକ କୁ ଦାନ କରିଛନ୍ତି ତେବେ ଆସନ୍ତୁ ବିସ୍ତାର ଭାବେ ସେହି ଖବର ବିଷୟରେ ଆଲୋଚନା କରି ନେବା । ସୂଚନା ଅନୁସାରେ ସୁରଟ ନିବାସୀ କାମିନୀ ବେନ ଙ୍କର ବ୍ରେନ ଡେଥ ପରେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ । ସେଥିପାଇଁ ପ୍ରଶାସନ କୁ ଅବଗତ କରିବା ପରେ ପ୍ରସ୍ତୁତ କରାଯାଇ ଥିଲା ଅପରେସନ ସେଭେନ ।

ଏହା ପରେ ପ୍ରଶାସନ ତରଫରୁ ତିନୋଟି ସବୁଜ କରିଡର ଆମ୍ବୁଲାନ୍ସ  ର ବ୍ୟବସ୍ଥା ହୋଇଥିଲା । କାମିନୀ ବେନ ନିଜର ଫୁସଫୁସ, ହାର୍ଟ, କିଡନୀ ଆଦି ଅଙ୍ଗ କୁ ଦାନ କରିଛନ୍ତି ଏବଂ ମହାରାଷ୍ଟ୍ର ର ଜଳଗାଁ ର ବାସିନ୍ଦା ଜଣେ ମହିଳା ଙ୍କ ଶରୀର ରେ ଏହି ଫୁସଫୁସ ରୋପଣ ମଧ୍ୟ କରା ଯାଇ ସାରିଲାଣି ।

ସେହି ମହିଳାଙ୍କ କରୋନା ପଜିଟିଭ ପରେ ତାଙ୍କ ଫୁସଫୁସ ନଷ୍ଟ ହୋଇ ଯାଇଥିଲା ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ର କିମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମୋଟ ଉପରେ କାମିନୀ ବେନ ଙ୍କର ଫୁସଫୁସ ସେହି ମହିଳା ଙ୍କୁ ନୂତନ ଜୀଵନ ଦେଇଛି । ଏହା ଛଡା ତାଙ୍କର ଦୁଇ କିଡନୀ ମଧ୍ୟ ଦାନ କରା ଯାଇ ସାରିଲାଣି ।

କେବଳ ଏତିକି ନୁହେଁ ସୁରଟ ର ବାସିନ୍ଦା ଦୃଷ୍ଟି ଚକ ଶୁବେ ଙ୍କୁ ଆଖି ଦାନ କରା ଯାଇଛି । କାମିନୀ ବେନ ଙ୍କ ବ୍ରେନ ରେ ରକ୍ତସ୍ରାବ ହେବା ପରେ ତାଙ୍କ ର ବ୍ରେନ ଡେଡ଼ ହୋଇଥିବା ଡାକ୍ତର କହିଥିଲେ । ତେବେ ସେ ନିଜର ଅଙ୍ଗ ଦାନ କରି ସେ ମୋଟ ୭ ଜଣ ଙ୍କୁ ନୂତନ ଜୀଵନ ଦାନ ଦେଇଛନ୍ତି ।

ତେବେ କାମିନୀ ବେନ ଙ୍କ ପୁଅ ଅନିମେସ କହିଛନ୍ତି କି ମୋ ମାଆ ମୃ-ତ୍ୟୁ ପରେ ମଧ୍ୟ ଅମର ହୋଇ ଯାଇଛନ୍ତି । ଲାକଡାଉନ ରେ ଏହି ଖବର ଟି ପ୍ରଥମ ତେବେ ନିଜର ଅଙ୍ଗଦାନ କରି କାମିନୀ ବେନ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ମଧ୍ୟ ପାଲଟି ଯାଇଛନ୍ତି । ସେ ନିଜେ ମୃ-ତ୍ୟୁ ବରଣ କରି ମଧ୍ୟ ୭ ଟି ନୂତନ ଜୀଵନ ପ୍ରଦାନ କରି ପାରିଛନ୍ତି ଏବଂ ୭ଟି ପରିବାର ମୁହଁରେ ହସ ଏବଂ ନୂତନ ଆଶା ମଧ୍ୟ ଦେଇଛନ୍ତି । ଏହା ସମାଜ ପାଇଁ ଏକ ଉଦାହରଣ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button