ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ଏହି 10 ଟି ଖାଦ୍ଯ, Diabetes ହେଇଯାଏ କଣ୍ଟ୍ରୋଲ
ଡାଇବେଟିସ କେବଳ ଏକ ରାୟଗ ନୁହେଁ ବରଂ ଅନେକ ଗୁଡିଏ ରୋଗର ମୂଳ କାରଣ ମଧ୍ୟ ହୋଇଥାଏ । ଆମ ରକ୍ତରେ ଶର୍କରା ସ୍ତର ଆବଶ୍ୟକ ଠାରୁ ଅଧିକ ରହିଲେ ମଧୁମେହ ବା ଡାଇବେଟିସ ବୋଲି କୁହାଯାଏ । ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ କେତେକ ଔଷଧ ଏବଂ ଇନସୁଲିନ ମଧ୍ୟ ନେବାକୁ ପଡିଥାଏ । କିନ୍ତୁ ଏଭଳି ଖାଦ୍ଯ ରହିଛି ଯାହା ଆପଣ ନିଜ ଡାଏଟରେ ସାମିଲ କରି ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବେ ।
ତେବେ ଚାଲନ୍ତୁ ଜାଣିବା ଡାଇବେଟିସ ରୋଗୀ କେଉଁ ସବୁ ଖାଦ୍ଯ ଖାଇବା ଉପଯୋଗୀ ହୋଇଥାଏ । ଡାଲଚିନିରେ ହାଇଡ୍ରୋକ୍ସିନ କାଲକନ ନାମକ କେମିକାଲ ରହିଥାଏ, ଯାହା ଆମ ରକ୍ତରେ କୋଲେଷ୍ଟ୍ରୋଲ ସ୍ତରକୁ ହ୍ରାସ କରିଥାଏ ଓ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ଗବେଷଣାରୁ ଜଣାପଡିଛି କି ପ୍ରତିଦିନ ଗୋଟିଏ ଚାମୁଚ ଡାଲଚିନି ଗୁଣକୁ ପାଣିରେ ମିଶାଇ ଖାଲିପେଟରେ ସେବନ କଲେ ଏହା ସୁଗାର ସ୍ତର ହ୍ରାସ କରିଥାଏ ।
ଓଲିଭ ଅଏଲ ମଧ୍ୟ ରକ୍ତରେ ସୁଗାର ସ୍ତରକୁ ହ୍ରାସ କରିବା ସହ ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରିଥାଏ । ବ୍ଲଡ଼ସୁଗାର ରୋଗୀଙ୍କ ପାଇଁ ବିନ୍ସ କୌଣସି ଔଷଧ ଠାରୁ କିଛି କମ୍ ନୁହେଁ । ଏହା ମଧ୍ୟ ସୁଗାର ସ୍ତର ହ୍ରାସ କରିବା ସହ ଧମନୀରେ କୋଲେଷ୍ଟ୍ରୋଲ ଜମିବାକୁ ଦେଇ ନଥାଏ । ଓଟମିଲ୍ ରେ ଫାଇବାର ଥାଏ, ଯାହା ହଜମକ୍ରିୟାକୁ ତ୍ୱରାନ୍ୱିତ କରିବା ସହ କବଜ ସମସ୍ୟାରୁ ଦୂରେଇ ରଖେ ।
ଆମେରିକାନ ଡାଇବେଟିସ ଆସୋସିଏସନ ଅନୁଯାୟୀ ପାଳଙ୍ଗ ଶାଗ ଡାଇବେଟିସ ରୋଗୀଙ୍କ ପାଇଁ ଏକ ସୁପର ଫୁଡ୍ ସଦୃଶ ଅଟେ । ସବୁଜ ପତ୍ରଯୁକ୍ତ ଅନ୍ଯାନ୍ଯ ପରିବାରେ ପ୍ରଚୁର ପରିମାଣରେ ଫାଇବାର, ଭିଟାମିନ-ବି, ଆଇରନ, କ୍ୟାଲସିୟମ ଏବଂ ଭିଟାମିନ-ସି ରହିଥାଏ ଓ ଏସବୁରେ ବିଲକୁଲ ମଧ୍ୟ ଷ୍ଟାର୍ଚ ନଥାଏ । ପାଳଙ୍ଗ ଶାଗ ସହ ଏସବୁ ସବୁଜ ପତ୍ରଯୁକ୍ତ ପରିବା ସେବନ ଦ୍ଵାରା ଡାଇବେଟିସ ସ୍ତର ନିୟନ୍ତ୍ରଣରେ ରହିବା ସହ ଶରୀରକୁ ଅନେକ ପୋଷକତତ୍ତ୍ଵ ମିଳିଥାଏ ।
ସମସ୍ତ ପ୍ରକାରା ତଥା ବ୍ଲୁବେରି, ରସ୍ପବେରି, ଷ୍ଟ୍ରବେରି ଓ ଅନ୍ୟ ସବୁ କୋଳିର ସେବନ କଲେ ଏହା ମଧ୍ୟ ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ । ବ୍ରୋକୋଲିରେ ଭିଟାମିନ-ସି ଏବଂ ଏ, ଫଲିକ ଏସିଡ, ପୋଟାସିୟମ ଏବଂ ଫାଇବର ରହିଥାଏ । ଏହା ସେବବ କଲେ ଡାଇବେଟିସ ଯୋଗୁଁ ଆମ ହାର୍ଟ ଏବଂ ରକ୍ତନଳୀରେ ହୋଇଥିବା କ୍ଷତିକୁ ଭଲ କରି ଦେଇଥାଏ ।
ବିଲାତି ବା ଟମାଟୋରେ ଭିଟାମିନ-ସି ଏବଂ ଲାଇକୋଭିନ ନାମକ ଆଣ୍ଟି ଏକ୍ସିଡାଣ୍ଟ ରହିଥାଏ । ଯାହା ଆମ ଶରୀରରେ ଭଲ କୋଲେଷ୍ଟ୍ରୋଲ (LDL) ର ମାତ୍ରାକୁ ବୃଦ୍ଧି କରିଥାଏ ଓ ଖରାପ କୋଲେଷ୍ଟ୍ରୋଲ (HDL) ର ମାତ୍ରକୁ କମ୍ କରିଥାଏ । ସେଓର ମଧ୍ୟ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ-ସି ଓ ଅନେକ ପ୍ରକାରର ଆଣ୍ଟି ଅକ୍ସିଡାଣ୍ଟ ଥାଏ । ସେଓରେ ଫ୍ରୁଟୋଜ ନାମକ ସୁଗାର ରହିଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ଗ୍ଲୁକୋଜ ବଦଳରେ ଫ୍ରୁଟୋଜର ସେବନ କଲେ ଏହା ରକ୍ତରେ ସୁଗାର ମାତ୍ରାକୁ ସନ୍ତୁଳିତ ରଖିଥାଏ ।
ଏହା ବ୍ଯତୀତ ରସୁଣ, ସମସ୍ତ ପ୍ରକାରର ଡାଲି, ଦହି, ପିନଟ, ବଟର, ଆଭାକାଡୋ, ସାଇଟ୍ରସ ଫୁଡ୍, ରେଡ ଓନିୟନ, ଚିଆ ସିଡ୍ସ, ଗ୍ରୀନ ଟି ଆଦିର ସେବନ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ