ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ପତ୍ନୀ – Utkal Mail
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ପ୍ରେମିକାଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ସତ୍ୟସାଇ ଜିଲ୍ଲାର ଲେପାକ୍ଷୀ ଗ୍ରାମରେ ଏଭଳି ଘଟଣା ଘଟିଛି | ପୁଲିସର ସୂଚନାନୁସାରେ, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଛାଡି ଅନ୍ୟଜଣେ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ଥିବାବେଳେ ପତ୍ନୀଙ୍କ ବାପଘର ଲୋକେ ସେମାନଙ୍କୁ ଧରିଥିଲେ | ଏହା ପରେ ସେମାନଙ୍କୁ ଲଣ୍ଡା କରାଯାଇଥିଲା ଓ ଗାଁ ଦାଣ୍ଡରେ ବୁଲାଯାଇଥିଲା | ପୁଲିସର ସୂଚନାନୁସାରେ ହୁସେନ୍ (୩୦) ନାମକ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିବା ନେଇ ପତ୍ନୀଙ୍କ ପାଖରେ ଖବର ପହଞ୍ଚିଥିଲା |
ହୁସେନଙ୍କ ପତ୍ନୀ କିଛିଦିନ ଧରି ଏହା ଉପରେ ନଜର ରଖିଥିଲେ | ଆଉ ଗତକାଲି ହୁସେନ୍ଙ୍କ ପତ୍ନୀ ନାଜିଆ ଏବଂ ତାଙ୍କ ପରିବାର ସଦସ୍ୟ ଉଭୟଙ୍କୁ ଧରିଥିଲେ ଓ ସେମାନଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ | ଏହି ସମଗ୍ର ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ପୁଲିସ ଅଧିକାରୀ କହିଛନ୍ତି ଯେ ହୁସେନଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା | ସୋମବାର ଦିନ ହୁସେନ୍ଙ୍କ ପତ୍ନୀ ନାଜିଆ ମହିଳାଙ୍କ ଘରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ସ୍ୱାମୀ ହୁସେନ୍ ମଧ୍ୟ ଥିଲେ। ଏହା ପରେ ଲୋକମାନେ ଦୁହିଁଙ୍କୁ ଧରି ଲଣ୍ଡା କରିଦେଇଥିଲେ ଓ ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଇଥିଲେ | ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ମହିଳା ନାଜିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି।