ଦେଶ ବିଦେଶ

ଓକିଲାତି ସାଙ୍ଗକୁ କରୁଥିଲେ ଗାଡି ବେପାର, ବର୍ଷେ ଯାଏଁ ଲଢ଼ିପାରିବେନି ମାମଲା – Utkal Mail


ନୂଆଦିଲ୍ଲୀ: ଓକିଲାତି ସାଙ୍ଗକୁ ଅନ୍ୟ ବେପାର କରୁଥିବା ଜଣେ ଓକିଲଙ୍କୁ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ | ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ଦଣ୍ଡିତ କରିଛନ୍ତି। ଓକିଲ ଜଣକ ଓକିଲାତି ସହ ଟ୍ୟାକ୍ସି ବେପାର କରୁଥିବାର ଅଭିଯୋଗ ହୋଇଥିଲା ଏବଂ ପରେ ଏହା କୋର୍ଟରେ ପ୍ରମାଣିତ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ଏନେଇ ରାୟ ଦେଇ ବର୍ଷେ ଯାଏଁ ଓକିଲାତି କରିହେବନାହିଁ ବୋଲି କହିଛନ୍ତି | ବାସ୍ତବରେ ଉକ୍ତ ଓକିଲ ଜଣକ ସୁପ୍ରିମକୋର୍ଟର କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ର ଅନୁଶାସନ କମିଟିର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଓକିଲାତି ବ୍ୟତୀତ ଅଭିଯୁକ୍ତ ଓକିଲ ଟ୍ୟାକ୍ସି ବେପାର ମଧ୍ୟ ଚଳାନ୍ତି | ଏହା ପରେ ଓକିଲଙ୍କୁ ବର୍ଷେ ଯାଏଁ ଓକିଲାତି କରିହେବ ନାହିଁ ବୋଲି କୁହାଯାଇଥିଲା | ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅନୁଶାସନ କମିଟିର ନିଷ୍ପତ୍ତି ବିରୋଧରେ ଆବେଦନକାରୀ ଓକିଲ ଫୁଲା ରାମ ଜାଟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ |

ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି | ଏଥିରେ କୁହାଯାଇଛି ଯେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅନୁଶାସନ କମିଟିର ନିଷ୍ପତ୍ତି ପ୍ରମାଣ ଉପରେ ଆଧାରିତ। ସୁପ୍ରିମକୋର୍ଟରେ ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ପଙ୍କଜ ମିଥାଲଙ୍କ ଖଣ୍ଡପୀଠ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଥିଲା। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତି ବିରୋଧରେ ଓକିଲ ନିଜେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରିଥିଲେ। ସୂଚନା ଅନୁଯାୟୀ ବାର କାଉନସିଲର ଅନୁଶାସନ କମିଟି ଜାଣିବାକୁ ପାଇଥିଲା ଯେ ଓକିଲ ଜଣକ ଓକିଲାତି କରିବା ସହ ଟ୍ୟାକ୍ସି ବେପାର ମଧ୍ୟ କରୁଛନ୍ତି | କେବଳ ଏତିକି ନୁହେଁ କିଛିଦିନ ତଳେ ଏହି ଓକିଲ ଜଣକ ନିଜ ଭାଇ ଓ ମା’ଙ୍କ ତରଫରୁ ମାମଲା ଲଢ଼ିଥିଲେ |ଏହି ଦୁଇଟି ଅଭିଯୋଗକୁ ଭିତ୍ତି କରି ସୁପ୍ରିମକୋର୍ଟ ଓକିଲଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ କୌଣସି କୋର୍ଟରେ ମାମଲା ଲଢ଼ିପାରିବେ ନାହିଁ ବୋଲି କହିଛନ୍ତି |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button