ବିଚାର

‘ଯଦି ଭାଉଜ ଆଜି ତୁମେ ଭାଇ ପାଖରେ ଥାନ୍ତ, ହୁଏତ ଭାଇ ଆଜି ବଞ୍ଚିଥାନ୍ତେ, ଆଗରୁ 20ଥର ଫୋନ କରୁଥିଲ, ହେଲେ କାହିଁକି ତୁମେ ତାଙ୍କୁ…’

ନମସ୍କାର ବନ୍ଧୁଗଣ, ଅଭିନେତା ପିଣ୍ଟୁ ନନ୍ଦଙ୍କୁ କଣ ଏମିତି ଦିନେ ଦୁଇ ଦିନରେ ଭୁଲିବା ସମ୍ଭବ କି ! ତାଙ୍କ ଭଳି ବ୍ୟକ୍ତିତ୍ଵଙ୍କ କଥା ତ ସାରା ଜୀବନ ପାଇଁ ଓଡିଶାବାସୀ ତଥା ସାଙ୍ଗ ପରିବାର ଲୋକେ ମନେ ରଖିବେ ଆଉ ଝୁରିବେ । ପିଣ୍ଟୁ ନନ୍ଦଙ୍କ ସହ ରହୁଥିବା ତାଙ୍କ ସାଙ୍ଗ ଏକ ବଡ କଥାର ଖୁଲାସା କରିଛନ୍ତି ଆଉ କହିଛନ୍ତି ଯଦି ଭାଉଜ ତାଙ୍କ ପାଖରେ ଥାନ୍ତେ ତାହାଲେ ଆଜି ଭାଇ ବଞ୍ଚିଯାଇଥାନ୍ତେ । ତେଣୁ ପ୍ରାୟ ସମସ୍ତେ କେଉଁଠି ନା କେଉଁଠି ପିଣ୍ଟୁ ନନ୍ଦଙ୍କ ପରଲୋକର କାରଣ ତାଙ୍କ ପତ୍ନୀଙ୍କୁ ଭାବୁଛନ୍ତି ।

ପିଣ୍ଟୁ ନନ୍ଦଙ୍କ ଘନିଷ୍ଠ ବନ୍ଧୁ ତଥା ତାଙ୍କ ସହ କଳାକାର କହିଛନ୍ତି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଯେତେବେଳେ ପିଣ୍ଟୁ ନନ୍ଦଙ୍କ ଠାରୁ ଦୂରେଇ ରହିଲେ ସେତେବେଳେ ପିଣ୍ଟୁ ନନ୍ଦ ବହୁତ ଚିନ୍ତାରେ ରହିବାକୁ ଲାଗିଲେ । ଚିନ୍ତାରେ ରହିବାରୁ ପିଣ୍ଟୁ ନନ୍ଦଙ୍କର ଖାଇବା ପିଇବା ଠିକ ରୁହେନି । ଯେତେବେଳେ ଭାଉଜ ଥିଲେ ତାଙ୍କ ଜୀବନରେ ସେମାନେ ମଧ୍ୟ ଦେଖିଛନ୍ତି ଦିନକୁ ସେହି ଭାଉଜ ପିଣ୍ଟୁଙ୍କୁ ୨୦ ଥର ଫୋନ କରନ୍ତି ।

ଆଉ ପଚାରନ୍ତି ବାବା ଘରକୁ ଆସ ଖାଇବା, କଣ ଖାଇଛ ଏବଂ ପିଣ୍ଟୁ ନନ୍ଦ ମଧ୍ୟ ତାଙ୍କ ପତ୍ନୀଙ୍କୁ ସବୁ ସମୟରେ ଫୋନ କରନ୍ତି ଆଉ କୁହନ୍ତି ଧନ ତମେ ଖାଇଦିଅ ମୋର ଡେରି ହେବ । ଧନ ଗେଲୁ କହି ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ । ସ୍ନେହରେ ତାଙ୍କୁ ଏହି ଧନ ଗେଲୁ ବୋଲି ଡାକୁଥିଲେ । ହେଲେ ଏକ ବର୍ଷ ହେବ ଆଉ ତାଙ୍କ ଫୋନ କଲରେ ଏଭଳି ଗପିବାର ମୁଁ ଶୁଣି ନାହିଁ ବୋଲି କହିଛନ୍ତି ତାଙ୍କ ବନ୍ଧୁ ।

ଏକ ବର୍ଷ ହେବ ପାରିବାରିକ କଳହ ପାଇଁ ପିଣ୍ଟୁଏନକେ ସ୍ତ୍ରୀ ତାଙ୍କ ସହ ରାହୁନଥିଲେ । ଆଜି ଯେତେବେଳେ ତାଙ୍କ ମୃତ୍ୟୁ ଘଟିଲା ତାଙ୍କ ସ୍ତ୍ରୀ ଆସିଲେ ଆଉ ବହୁତ କାନ୍ଦିଲେ ତାଙ୍କ ମୁହଁକୁ ମଧ୍ୟ ଚାହିଁ ହେଉନଥିଲା । ଏତେ ଭାଙ୍ଗି ପଡିଛନ୍ତି ସେ । ତାଙ୍କ ବନ୍ଧୁ ଭାବିଥିଲେ ତାଙ୍କୁ କହିବେ କି ଭାଉଜ ତୁମେ ଯଦି ଆଜି ଭାଇଙ୍କ ପାଖରେ ଥାନ୍ତ ତାହାଲେ ଏମିତି ହୋଇନଥାନ୍ତା ।

କିନ୍ତୁ ପରେ ଭାବିଲେ ତାଙ୍କର ଏହି ଦୁଃଖ ସମୟରେ ତାଙ୍କୁ ଏହି କଥା ଉଚିତ ହେବ ନାହିଁ । ଅର୍ଦ୍ଧାଙ୍ଗିନୀ ଶବ୍ଦର ଅର୍ଥ କଣ ହୋଇଥାଏ ତାହା ଆଜି ପିଣ୍ଟୁଙ୍କ ଠାରୁ ଜାଣିବାକୁ ମିଳିଛି ଏକ ପ୍ରକାର । ସ୍ତ୍ରୀକୁ ହରାଇବାର କଷ୍ଟ ଆଜି ପରିଲକ୍ଷିତ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button