ଦେଶ ବିଦେଶ

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖସିଗଲା ଗୋଡ଼, ପଡ଼ିଗଲେ ବିହାର ମୁଖ୍ୟମନ୍ତ୍ରୀ – Utkal Mail


ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ନୀତିଶ କୁମାରଙ୍କୁ ଖସି ପଡ଼ୁଥିବାର ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ,  ପାଟନା ୟୁନିଭରସିଟିର ହ୍ଵିଲର ସିନେଟ ହାଉସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବାକୁ ପହଞ୍ଚିଥି‌ଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକରଙ୍କ ସହିତ ଉପସ୍ଥିତ ଥିବା ଦୁଇ ନେତା ଉଦଘାଟନ ସ୍ଥଳରେ ପରଦା ହଟାଇବା ଡୋରୀକୁ ଖୋଲୁଥିଲେ।

ଏହି ସମୟରେ ନୀତିଶ କୁମାରଙ୍କ ପାଦ ଖସିଯାଇଥିଲା । ଆଉ ସେ ତଳେ ପଡିଯାଇଥିଲେ । ଏତିକି ବେଳେ ତାଙ୍କ ପାଖରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଧରିପକାଇଥିଲେ। ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚି ନଥିବା ସୂଚନା ରହିଛି।

 

ତେବେ ନୀତିଶ କୁମାର ପଡିଯିବାର ଭିଡିଓ ‌ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଛି। ଲୋକେ ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ‌ଦେଇଛନ୍ତି। ବିରୋଧୀମାନେ ନୀତିଶଙ୍କ ଏହି ପଡ଼ିଯିବାର ଭିଡିଓ ଦେଖି ଥଟ୍ଟା ପରିହାସ କରିଛନ୍ତି।

ଏହାପୂର୍ବରୁ ବି ନୀତିଶଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ଜଣେ ଅଧିକାରୀଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାଟି ହେଉଛି ଏପରି, ଜଣେ ମହିଳା ନୀତିଶଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲେ। ଏହାପରେ ନୀତିଶ ତାଙ୍କ ପାଖରେ ଛିଡ଼ା ହୋଇଥିବା ଅଧିକାରୀଙ୍କୁ ଫୋନ ଲଗାଇବାକୁ କହିଥିଲେ। ତେବେ ଅଧିକାରୀ ନୀତିଶ କାହାକୁ ଫୋନ ଲଗାଇବାକୁ କହୁଛନ୍ତି କିଛି ବୁଝିପାରି ନଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଉକ୍ତ ଅଧିକାରୀଙ୍କ ଉପରେ ରାଗି ଯାଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button