ଓଡିଶା

‘ମୋ ସ୍ତ୍ରୀକୁ ଛାଡି ମୁଁ କୁଆଡେ ଯିବିନି, ସେ ରାଷ୍ଟ୍ରପତି ହୁଅନ୍ତୁ କି ପୃଥିବୀପତି ଆଗ ମୋ ସ୍ତ୍ରୀ…’ ଦେଖନ୍ତୁ ଏମିତି କାହିଁକି କହିଲେ Sura ଭାଇ

ଦର୍ଶକ ବନ୍ଧୁ ଗତ କାଲି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଛନ୍ତି । ଗତ କାଲି ଏୟାର ପୋର୍ଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଯାଇ ଦ୍ରୌପଦୀଙ୍କୁ ସ୍ଵାଗତ କରିଥିଲେ । ଏହା ପରେ ଦ୍ରୌପଦୀ ରମାଦେବୀ କଲେଜ ଯାଇ ଏକ ସଭାରେ ଯୋଗ ଦେଇଥିଲେ । ସେହି ସଭାରେ ଦ୍ରୌପଦୀ ନିଜ କଲେଜ ବେଳର ସବୁ କଥା କହି ଭାବ ବିହୁଳ ହୋଇଥିଲେ ।

ହେଲେ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ଅନେକ ବଡ ବଡ ନେତା ମନ୍ତ୍ରୀ ଯାଇଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ଯାଇ ପାରି ନଥିଲେ । ଏନେଇ ସେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ରାହୁଲ ଗାନ୍ଧୀ ଆସାମ ଦେଇ ଓଡିଶା ଆସିବେ ଏଥର ପଦଯାତ୍ରା ହେବ । ରାହୁଲ ଗାନ୍ଧୀ ଆସିଲେ ବି ଏଥର କଂଗ୍ରେସ ଜିତିବ ଆଉ ନ ଆସିଲେ ବି ଏଥର କଂଗ୍ରେସ ଜିତିବ । ସେ ଯେତିକି ଚାଲି ଗଲେଣି 7 ହଜାର କିଲୋମିଟର ଗୋଟେ ହାୱା ହେଇଗଲାଣି । ରାଷ୍ଟ୍ରପତି ଆସିଛନ୍ତି କେଉଁ ପୋଲିସ ବାଲାକୁ ବନ୍ଧୁକ ଦେଇ ନାହାନ୍ତି ଭଲ କରିଛନ୍ତି ।

ଭଲ ଭଉଣୀ ଟିଏ ଆମ ଓଡିଶାର ସମ୍ମାନ ଆଉ ଭାରତର ରାଷ୍ଟ୍ରପତି । ଯଦି ସେଇଠି କିଏ ପୁଣି ଯଦି ବନ୍ଧୁକ ଫନ୍ଧୁକ ଫୁଟେଇ ଦେବ ଗୋଟେ ଅବାଗିଆ କଥା । ପୋଲିସ ହେଇ ଯଦି ଗୁଳି ଫୁଟେଇବେ ଏତେ ପୋଲିସ ଥାଇ । ବାଡି ଉଠେଇବେ ତା ହେଲେ ଦ୍ରୌପଦୀ ମୁର୍ମୁ ଦୁଇ 2 ଟଙ୍କିଆ ଦେବେ କାରଣ ଆଦିବାସୀ କୂଳରେ ଜନ୍ମ ଷ୍ଟାମିନା ଅଛି ଷ୍ଟ୍ରେନ୍ଥ ଅଛି । ବଢିଆ ଅଭିଭାଷଣ ଦେଉଛନ୍ତି ସେ କାଲି ଯେଉଁ ସବୁ କଥା କହିଛନ୍ତି ପୁରା ହୃଦୟ ସ୍ପର୍ଶୀ । ଏହି ଷ୍ଟାଣ୍ଡାର୍ଡରୁ ସେ ଉଠିକି ଯାଇଛନ୍ତି କେତେ କମ ସଂଘର୍ଷ ସେ କରିଛନ୍ତି ।

ମୋ ସ୍ତ୍ରୀ ଅପରେସନରେ ଯଦି ମୁଁ ନ ଜଗି ଥାନ୍ତି ତା ହେଲେ ମୁଁ ନିଶ୍ଚିତ ତାଙ୍କ ପାଖକୁ ଯାଇଆ ଫୁଲ ଦେଇ ଆସିଥାନ୍ତି । ସେ ଯେତେବେଳେ ପ୍ରୋଗ୍ରାମ ମୋର ଦିନ 11 ଯାଏଁ ଅପରେସନ ଚାଲିଲା । ସେ ତ 9ଟା ଭିତରେ ଗଲେ ଆଉ ମୁଁ ସ୍ତ୍ରୀକୁ ଛାଡି ମୁଁ ରାଷ୍ଟ୍ରପତି କି ପୃଥିବୀପତି କି ଯିଏ ଆସିଲେ ମୁଁ ଯିବା ପାଇଁ ପ୍ରସ୍ତୁତ ନାହିଁ ମୋର ପ୍ରଥମେ ସ୍ତ୍ରୀ’ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button