ଓଡିଶା

ଆଣିଲେ ଲୋନ ପରେ ଲୋନ, ବଢ଼ି ଚାଲିଲା ସୁଧ, ସୁଝି ନପାରି କଲେ deha ବ୍ୟବସାୟ

ଲୋନ ପରେ ଲୋନ କରିଲେ ପାରିଲେ ନାହି ପଇସା ସୁଝି । ଉପାୟଶୂନ୍ୟ ହୋଇ deha ବିକିଲେ । ହଁ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାରୁ ସାମନାକୁ ଆସିଛି । ଫାଇନାନ୍ସ କମ୍ପାନୀରୁ ଲୋନ ପରେ ଲୋନ ଆଣି ପଇସା ନ ସୁଝିବାରୁ deha ବ୍ୟାପାର କରିବାକୁ ବାଧ୍ୟ ହୋଇଛନ୍ତି ମହିଳା । କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏମିତି କିଛି ସ-ଙ୍ଗି-ନ ଅ-ଭି-ଯୋ-ଗ ନେଇ ଆଜି ଉପାନ୍ତ ଜିଲ୍ଲା ମାଲକାନାଗିରି ର ଜିଲ୍ଲାପାଳ ବିଶାଳ ସିଂଙ୍କ ନିକଟରେ ଫେରାଦ ହୋଇଛନ୍ତି ଶତାଧିକ ମହିଳା ।

ସୂଚନା ଅନୁଯାୟୀ ମାଲକାନାଗିରି ଜିଲ୍ଲା କାଲିମେଳ ବ୍ଲକ ଅନ୍ତର୍ଗତ ଏମବି-96 ଗ୍ରାମର ୱାର୍ଡ ମେମ୍ବର ନିରୁପମା ବେପାରୀ ନାମକ ଜଣେ ମହିଳା ଗ୍ରାମର 4 ଜଣ ମହିଳାଙ୍କ ସହାୟତାରେ ପ୍ରଥମେ ଏମବି-96 ଗ୍ରାମରେ ଏକ ବୈଠକ କରିଥିଲେ । ସେଠାରେ ମହିଳା ମାନଙ୍କୁ ଭାରତର ଫାଇନାନ୍ସ, ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ, ବନ୍ଦନା ଫାଇନାନ୍ସ ସହାୟତାରେ ଲୋନ ର ବ୍ୟବସ୍ଥା ଥିବ କଥା କହିଥିଲେ ।

ଏହା ସହ ଲୋନ ଆଣିଥିଲେ ବିଭିନ୍ନ ସରକାରୀ ସୁବିଧା ଯଥା ଇନ୍ଦିରା ଆବାସ ଗୃହ, ଛେଳି ଫାର୍ମିଇଙ୍ଗ ସହ ଅନ୍ୟାୟ ବ୍ୟବସାୟ କରି ନିଜେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଆଶା ଦେଖାଇ ଥିଲେ । ଆଉ ତା ପରେ ଗାଁ ର ସବୁ ମହିଳା ମାନେ ଫାଇନାନ୍ସ କମ୍ପାନୀ ରୁ ଲୋନ ଆଣିବା ଆଇନ ନିଜର ଆଧାର କାର୍ଡ ସହ ଅନ୍ୟ ଡକୁମେଣ୍ଟ ନିରୁପମା ବେପାରୀ ଙ୍କୁ ପ୍ରଦାନ କରିଥିବା ବେଳେ ଫାଇନାନ୍ସ କମ୍ପାନୀ ରୁ ଲୋନ ଆଣି ତାହା ବାବଦରେ ମହିଳା ମାନେ ଅର୍ଥ ନିରୁପମା ବେପାରୀ ଙ୍କୁ ପ୍ରଦାନ କରିଥିଲେ ।

ତେବେ ୱାର୍ଡ ମେମ୍ବର ନିରୁପମା କିଛି ମାସ ଲୋନ ସମର୍କରେ ମହିଳା ମାନଙ୍କ ଠାରୁ ସଂଗ୍ରହ କରିଥିବା ଟଙ୍କା ଫାଇନାନ୍ସ କମ୍ପାନୀ ରେ ପଇଠ କରିଥିବା ବେଳେ ବର୍ତ୍ତମାନ କିଛି କଲେକ୍ସନ କରି ଅଧା ଆଉ ପଇଠ କରିପାରି ନ ଥିଲେ । ଯାହା ଫଳରେ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ମାନେ ମହିଳା ଙ୍କ ଘରକୁ ବାରମ୍ବାର ଆସୁଥିବା ବେଳେ ନିଜ ସ୍ଵାମୀ ଓ ଘର ଲୋକଙ୍କୁ ଭୟ କରି ଏବେ ମହିଳା ମାନେ deha ବେପାର କରି ଫାଇନାନ୍ସକମ୍ପାନୀ କୁ ଟଙ୍କା ଦେବା କଥା ଘର ଲୋକେ ଜାଣିବାକୁ ପାଇଥିଲେ ।

ଆଉ ପରେ ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ତଦନ୍ତ କରିବାକୁ ଉପ-ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ତଦନ୍ତ ପରେ ଏହା ସତ ପ୍ରମାଣିତ ହୁଏ ତେବେ ଆଇନ ଦ୍ରୁଷ୍ଟି ରୁ ପୋଲିସ ପ୍ରଶାସନ ପକ୍ଷ ରୁ କେସ ରୁଜୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିବା ସମାଜସେବୀ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button