ମନୋରଞ୍ଜନ

ଭାଙ୍ଗିବାରେ ଲାଗିଛି କପିଲ ଶର୍ମାଙ୍କ ଟିମ୍‌ , କ୍ରିଷ୍ଣାଙ୍କ ପରେ ଶୋ’ରୁ ଗାଏବ୍ ହେଲେ ଚନ୍ଦୁ ଚାଏୱାଲା

କମେଡି କିଙ୍ଗ କପିଲ ଶର୍ମାଙ୍କ ଉପରେ ପଡ଼ିଛି ଚଡ଼କ । ଭାଙ୍ଗିବାରେ ଲାଗିଛି ତାଙ୍କର ଟିମ୍‌ । ଜଣକ ପରେ ଜଣେ ଆକ୍ଟର ଛାଡ଼ିବାରେ ଲାଗିଛନ୍ତି କପିଲଙ୍କ ଶୋ’। ପୂର୍ବରୁ କୃଷ୍ଣ ଅଭିଷେକ ଓ ଭାରତୀ କପିଲଙ୍କ ହାତ ଛାଡ଼ି ସାରିଥିବା ବେଳେ ଏବେ କପିଲଙ୍କୁ ଏକା କରିଦେଲେ ଚନ୍ଦୁ ଓରଫ ଚନ୍ଦନ ପ୍ରଭାକର। ଏନେଇ ଚନ୍ଦନ ଅଫିସିଆଲି ଘୋଷଣା କରି ସାରିଛନ୍ତି। କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ପପୁଲାର୍ ଶୋ ‘ଦ କପିଲ୍ ଶର୍ମା ଶୋ’ ୧୦ ସେପ୍ଟେମ୍ବରରେ ଆରମ୍ଭ ହୋଇଯାଇଛି । ଶୋ’କୁ ନେଇ ଫ୍ୟାନ୍ସଙ୍କ ଭିତରେ ଏକ୍ସାଇଟମେଣ୍ଟ୍ ବଢିଯାଇଛି । ଆଉ ଏବେ ଶୋ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ କପିଲଙ୍କ ସହ କଳାକାର ତଥା ତାଙ୍କ ପିଲା ଦିନର ସାଙ୍ଗ ଚନ୍ଦନ ପ୍ରଭାକର ବା ଚନ୍ଦୁ ଚାୟବାଲା ଏବେ ଶୋ’ରେ ନଜର ଆସିବେ ନାହିଁ ।

ତେବେ ପୂର୍ବରୁ କୁହାଯାଇଥିଲା ଯେ ଏଥର ଚନ୍ଦନ ପ୍ରଭାକରଙ୍କୁ ସୋ’ରେ ଦେଖିବାକୁ ମିଳିବ ନାହିଁ, ତେବେ ସେ ସୋ’ର ପ୍ରଥମ ଏପିସୋଡରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦେଖିବାକୁ ମିଳିଥିଲା ଯେ ଶୋ’ର ନୂଆ ସିଜିନର ପ୍ରଥମ ଏପିସୋଡରେ କପିଲଙ୍କ ପ୍ରିୟ ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ର ‘କଟପୁତୁଲି ‘ର ପ୍ରମୋସନ ପାଇଁ ଅଭିନୟ କରିଥିଲେ। ସବୁଠୁ ମଜାଦାର କଥା ହେଉଛି ଯେ ଚନ୍ଦନ ପ୍ରଭାକର ମଧ୍ୟ ଶୋ’ରେ ଦର୍ଶକଙ୍କୁ ହସାଉଥିବାର ନଜର ଆସିଥିଲେ। ଶୋ’ର ପ୍ରଥମ ଏପିସୋଡରେ ଚନ୍ଦୁଙ୍କୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ନିକଟରେ ଚନ୍ଦନ ପ୍ରଭାକର ଘୋଷଣା କରିଛନ୍ତି ଯେ ସେ ସୋ ଛାଡ଼ୁଛନ୍ତି। ଏଭଳି ପରିସ୍ଥିତିରେ ଫ୍ୟାନ୍ସଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇନାହିଁ। ଚନ୍ଦନ କହିଛନ୍ତି ଯେ ସେ ଦ କପିଲ୍ ଶର୍ମା ଶୋରେ ନଜର ଆସିବେ ନାହିଁ ଏବଂ ଏହା ପଛର କାରଣ ହେଉଛି ଯେ ସେ କିଛି ସମୟ ପାଇଁ ନିଜ କାମରୁ ବ୍ରେକ୍ ନେବାକୁ ଚାହୁଁଛନ୍ତି । ଚନ୍ଦୁ ଚାଇୱାଲା ରୁଟିନକୁ ବାରମ୍ବାର ଚିତ୍ରଣ କରି ସେ ବୋର୍ ହୋଇଗଲେଣି ଏବଂ କିଛି ନୂଆ କରିବା ପାଇଁ ଇଚ୍ଛା କରିଛନ୍ତି । ଯେଉଁଥିପାଇଁ ସେ ବ୍ରେକ୍ ନେଇଛନ୍ତି । ମୁଁ ଏକ ୱେବ୍ ସୋରେ କାମ କରିବାକୁ ଆଗ୍ରହୀ।ଏହା ବ୍ୟତୀତ, ମୁଁ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି।

ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଚନ୍ଦନ କପିଲଙ୍କ ନୂଆ ସିଜିନର ପ୍ରୋମୋରେ ନଜର ଆସିଥିଲେ କିନ୍ତୁ ତାଙ୍କ ଅଷ୍ଟ୍ରେଲିୟା ଟୁରରେ ଉପସ୍ଥିତ ନଥିଲେ । ଟୁର୍ ରେ ଅନ୍ୟ କଳାକାର କିକୁ ସାରଦା, କ୍ରିଷ୍ଣା ଅଭିଶେକ ସାମିଲ୍ ଥିବା ବେଳେ ଚନ୍ଦୁ ନଜର ଆସିନଥିଲେ । ତେବେ ସିଜନର ପ୍ରମୋରେ ପତ୍ନୀ ଓ ପିଲାଙ୍କ ସହ ଦେଖାଯିବା ପରେ ଅଚାନକ ଶୋ’ରୁ ବ୍ରେକ୍ ନେବା ଦ୍ୱାରା ପ୍ରଶଂସକଙ୍କ ମନରେ ଧକ୍କା ଲାଗିଛି । ଏହି ସିଜନରେ ଗେଷ୍ଟ ଅଫ୍ ଅନର୍ ଚେୟାରରେ ଚିରାଚରିତ ଅର୍ଚ୍ଚନା ପୁରନ୍ ସିଂ ହିଁ ନଜର ଆସିବେ । ସହ କଳାକାରଙ୍କ ତାଲିକାରେ ସିଦ୍ଧାର୍ଥ ସାଗର , ସୁମୋନା , କିକୁ ସାରଦା , ସୃଷ୍ଟି ରୋଡେ ସମେତ ଅନ୍ୟ କଳାକାର ମଧ୍ୟ ନିଜ କମେଡ଼ି ଅନ୍ଦାଜରେ ଦର୍ଶକଙ୍କୁ ଲୋଟପୋଟ୍ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button