ଦେଶ ବିଦେଶ

ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ଉଦୟନିଧି ଷ୍ଟାଲିନ ଓ ପ୍ରିୟଙ୍କ ଖର୍ଗେଙ୍କ ବିରୋଧରେ ମାମଲା ରୁଜୁ – Utkal Mail


ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ‘ସନାତନ ଧର୍ମ’କୁ ବିରୋଧ କରି ଦେଇଥିବା ବୟାନକୁ ଜୋରଦାର ବିରୋଧ କରାଯାଇଥିଲା। ଏବେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ପୁଅ ପ୍ରିୟଙ୍କ ଖର୍ଗେଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ଏହି ଦୁଇ ଜଣ ସନାତନ ଧର୍ମକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଏହି ଦୁଇ ଜଣଙ୍କ ବିରୋଧ‌ରେ ଉତ୍ତରପ୍ରଦେଶରୂ ରାମପୁରରେ ଧାରା ୨୯୫ ଏ (ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ପରି କାର୍ଯ୍ୟ କରିବା) ଏବଂ ୧୫୩ ଏ (ଭିନ୍ନ ଧାର୍ମିକ ଦଳଙ୍କ ମଧ୍ୟରେ ଶତ୍ରୁତା ପାଇଁ ଉସୁକାଇବା) ଅଧୀନରେ ମାମଲା ରୁଜୁ ହୋଇଛି।

ସନାତନ ଧର୍ମକୁ ମେଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଥିଲେ। ସେ ଏହା ବି କହିଥିଲେ ଯେ  ଏହାକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାକୁ ‘ମୂଳପୋଛ’ କରାଯିବା ଉଚିତ ବୋଲି। ତାଙ୍କ ଏପରି ବୟାନ ପରେ ତାଙ୍କୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା।

ସନାତନ ଧର୍ମକୁ ବିରୋଧ କରି ଅନୁଷ୍ଠିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍ କହିଥିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ବରଂ ତାହାକୁ ମୂଳପୋଛ କରାଯିବା ଉଚିତ। ଡେଙ୍ଗୁ, ମଶା, ମ୍ୟାଲେରିଆ କିମ୍ବା କରୋନାକୁ ଆମେ ବିରୋଧ କରିପାରିବୁ ନାହିଁ। ଆମକୁ ଏହାକୁ ମୂଳପୋଛ କରିବାକୁ ପଡ଼ିବ। ସେହିପରି ଆମକୁ ସନାତନ ଧର୍ମର ବିଲୋପ ସାଧନ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ତାଙ୍କର ଏଭଳି ଘୃଣାତ୍ମକ ବୟାନକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button