ଭାଇ ହାତରେ ରାକ୍ଷୀ ବାନ୍ଧି ଗୁଟ୍ଖା ଖୁଆଇ ଦେଉଥିବା ଭଉଣୀର ଭିଡିଓ ଭାଇରାଲ୍ – Utkal Mail
ନୂଆଦିଲ୍ଳୀ: ରକ୍ଷାବନ୍ଧନ ଶେଷ ହୋଇଯାଇଛି। ସାରା ଦେଶ ଏହି ଉତ୍ସବ ପାଳନ କରିଛି। ଭାଇଭଉଣୀର ଏହି ପବିତ୍ର ଉତ୍ସବରେ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ୍ କରିଛନ୍ତି।
ନିକଟରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏକ ଭିଡିଓ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ଜଣେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଗୁଟ୍ଖା ଖୁଆଇ ଦେଉଥିବାର ଦେଖିବାକୁ ମିଳିଛି।
ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ୍ ହୋଇଚାଲିଛି। ତେବେ ଏହି ମାମଲାଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିନ୍ତୁ ଇନଷ୍ଟାଗ୍ରାମରେ ବୁଲୁଥିବା ଏହି ଭିଡିଓ ଆମ ପାଖରେ ପହଞ୍ଚିଛି, ଏହାକୁ ଦେଖିବା ପରେ କେହି ବି ନିଜ ହସ ରୋକି ପାରୁନାହାନ୍ତି। ଭିଡିଓକୁ ଦେଖି କିଛି ଲୋକ ଏପରି ବି କହୁଛନ୍ତି ଯେ ପ୍ରତ୍ୟେକ ଗୁଟଖା ଖାଉଥିବା ବ୍ୟକ୍ତି ଏପରି ଭଉଣୀ ପାଇବା ଉଚିତ୍।
ଏହା ଥିଲା ଏକ ମଜା ଭିଡିଓ, କିନ୍ତୁ ଆପଣ ଜାଣନ୍ତି ଯେ ଗୁଟଖା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ସେଥିପାଇଁ ଗୁଟଖା ମିଠାର କେବେ ବି ବିକଳ୍ପ ହୋଇପାରିବ ନାହିଁ!
ଏହି ଭିଡିଓ ଅଗଷ୍ଟ ୩୧ ତାରିଖରେ ପୋଷ୍ଟ୍ ହୋଇଥିବା ବେଳେ ଏହାର ଭିୟୁ ୨ ଲକ୍ଷ ୫୬ ହଜାରରୁ ଅଧିକ ହୋଇ ସାରିଲାଣି। ଏହାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇ ଚାଲିଛନ୍ତି।