ଓଡିଶା

ଦୁର୍ବଳ ହେଉଛି ଅବପାତ; ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ

ସେପ୍ଟେମ୍ବର ୧୮ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ମିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ରେ ଦକ୍ଷିଣ ଓଡ଼ିଶାରେ ବିସ୍ତତି ବର୍ଷା ହେବ। ୧୯ରେ ରାଜ୍ୟରେ ବିସ୍‌ୃତି ବର୍ଷା ସହ ବଢିବ ବର୍ଷାର ପରିମାଣ। ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ମୌସୁମୀ ଏବେ ଦୁର୍ବଳ ହେବା ପରେ କମିଛି ବର୍ଷା । ରାଜ୍ୟରେ ଜୁନ ୧ରୁ ଏଯାଏ ୧୦୯୧.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୪ ପ୍ରତିଶତ ଅଧିକ । ଏଯାଏ ୫ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button