ମନୋରଞ୍ଜନ

ଅଙ୍କିତା ଲୋଖଣ୍ଡେ ସେୟାର କଲେ ତାଙ୍କ ଜନ୍ମଦିନର ଫଟୋ, ଭିକିଙ୍କ ସହ ଷ୍ଟାଇଲିସ ଲୁକରେ ନଜର ଆସିଲେ ଅଭିନେତ୍ରୀ

ଲୋକପ୍ରିୟ ଟିଭି ଏବଂ ବଲିଉଡ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିକଟରେ ତାଙ୍କ ସ୍ୱାମୀ ଭିକି ଜୈନଙ୍କ ସହିତ ଖୁବ୍ ରୋମାଣ୍ଟିକ ଭାବରେ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବା ଏବଂ ବଣ୍ଡିଂ ସ୍ପଷ୍ଟ ଭାବେ ନଜର ଆସୁଛି । ଭାଇରଲ ହେଉଥିବା ଫଟୋଗୁଡିକରେ ପ୍ରଶଂସକମାନେ ସେମାନଙ୍କ ସମ୍ପର୍କ ଏବଂ ଯୋଡ଼ିର ଖୁବ୍ ପ୍ରଶଂସା କରୁଛନ୍ତି ।

ଏହି ଭାଇରଲ ହେଉଥିବା ଗୋଟିଏ ଫଟୋରେ ଅଙ୍କିତା ଭିକିଙ୍କ କାନ୍ଧ ଉପରେ ମୁଣ୍ଡ ରଖିଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଭିକିଙ୍କୁ ସ୍ନେହରେ ହଗ୍ କରିଥିବାର ଦେଖିବାକୁ ମିଳିଛି । ଯଦି ଅଙ୍କିତାଙ୍କ ଲୁକ୍ କଥା କୁହାଯାଏ ତେବେ ସେ ତାଙ୍କ ଜନ୍ମଦିନ ପାଇଁ ଏକ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ବହୁତ ସୁନ୍ଦର ଦିଶୁଥିଲେ । କିନ୍ତୁ ଭିକିଙ୍କ ଲୁକ୍ ସମ୍ପୂର୍ଣ୍ଣ ଓଲଟା ଥିଲା । ଅଙ୍କିତାଙ୍କ ଲୁକ୍ ଷ୍ଟାଇଲିସ୍ ଥିବାବେଳେ ଭିକିଙ୍କ ଲୁକ୍ ବହୁତ ସିମ୍ପଲ୍ ରହିଥିଲା ।

ଅଙ୍କିତା ଫଟୋ ସେୟାର କରିବା ସହ କ୍ୟାପସନ ମଧ୍ୟ ରଖିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ଲେଖିଛନ୍ତି ଯେ, “ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେବା – ବଢ଼ୁଥିବା, ଶିଖିବା ଏବଂ ପରସ୍ପର ପାଇଁ ସଠିକ୍ ମୋଡ଼ ପାଖକୁ ଯିବା। ଏହା ହିଁ ଆମର ସୌନ୍ଦର୍ଯ୍ୟ ।’’ ଦୁହିଁଙ୍କ ମଧ୍ୟରେ ଥିବା ସକରାତ୍ମକ ସମ୍ପର୍କ ଏହି କ୍ୟାପସନରୁ ସ୍ପଷ୍ଟ ଭାବେ ଜଣାପଡୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button