ସ୍ୱାସ୍ଥ୍ୟ

କରୋନା ଭାଇରସରୁ ବଞ୍ଚାଇବ ଆୟୁର୍ବେଦ, ଆୟୁଷ ମନ୍ତ୍ରାଳୟ ଦେଲେ ଏହି ଖାସ ଟିପ୍ସ

ପୁରା ଦୁନିଆରେ ୪୧ ହଜାରରୁ ବି ଅଧିକ ଲୋକମାନଙ୍କ ଜୀବନ ନେଇ ସାରିଥିବା ଏହି ସଂକ୍ରମଣ ରୋଗର ଔଷଧ କିମ୍ବା ଭ୍ୟାକସିନ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ । ଏହି ରୋଗ ପ୍ରତି ଲୋକମାନଙ୍କ ଭୟ ବି ଅଧିକ ଅଛି । କୁହାଯାଉଛି କି କୌଣସି ରୋଗର ଚିକିତ୍ସା ଠାରୁ ଭଲ ସେହି ରୋଗ ଠାରୁ ଦୂରେଇ ରହିବା । ଏମିତିରେ ଆୟୁଷ ମନ୍ତ୍ରାଳୟ (Ayush Ministry) କିଛି ଉପଦେଶ ଦେଇଛନ୍ତି ।

ଏଥିରେ କୁହାଯାଇଛି କି ଆୟୁର୍ବେଦର ବ୍ୟବହାର କରି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ହେବ । ଏହିଭଳି ଭାବରେ କରୋନାରୁ ବଞ୍ଚିବାରେ ସାହାର୍ଯ୍ୟ ମିଳିବ । ମନ୍ତ୍ରାଳୟ ଆୟୁର୍ବେଦ ସହ ସମ୍ବନ୍ଧିତ କିଛି ଉପଦେଶ ଦେଇଛନ୍ତି । ଏହା ଛଡା ମନ୍ତ୍ରାଳୟର କହିବା ଅଟେ କି ଯଦି ଆପଣଙ୍କୁ ଥଣ୍ଡା ଜରର ଲକ୍ଷଣ ନଜର ଆସୁଛି ତେବେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

 

୧. ଦିନସାରା ହାଲକା ଗରମ ପାଣି ପିଅନ୍ତୁ ।

୨. ଘରେ ରୁହନ୍ତୁ । ବାହାରକୁ ବାହାରନ୍ତୁ ନାହିଁ । ଘରେ ହିଁ ଯୋଗ କରନ୍ତୁ । ପ୍ରାଣାୟାମ ଓ ଧ୍ୟାନ କରିବା ବହୁତ ଲାଭଦାୟକ ହୋଇପାରେ । ଏହାକୁ ସବୁଦିନ କରନ୍ତୁ ।

୩. ଭୋଜନରେ ହଳଦୀ, ଜୀରା, ଧନିଆ ପାଉଡର ଓ ରସୁଣର ବ୍ୟବହାର ନିଶ୍ଚିତ କରନ୍ତୁ ।

୪. ସବୁଦିନ ସକାଳେ ୧୦ ଗ୍ରାମ ଚବନପ୍ରାସ ସେବନ କରନ୍ତୁ । ଡାଇବେଟିସ ଥିବା ଲୋକମାନେ ସୁଗାର ଫ୍ରୀ ଚବନପ୍ରାସ ଖାଆନ୍ତୁ ।

୫. ହର୍ବଲ ଚା, ଯେଉଁଥିରେ ତୁଳସୀ, ଡାଲଚିନି, ଗୋଲମରିଚ, ଶୁଖିଲା ଆଦା, କିସମିସ ମିଶ୍ରଣ କରି ତିଆରି କରନ୍ତୁ । ଏହାକୁ ଦିନକୁ ଦୁଇଥର ପିଅନ୍ତୁ । ଚିନି ଓ ଲେମ୍ବୁ ବି ଏଥିରେ ମିଶାଇ ପାରିବେ ।

୬. ଗରମ କ୍ଷୀରରେ ହଳଦୀ ମିଶାଇ ଏହାର ସେବନ ଦିନକୁ ୨ ଥର କରି ପାରିବେ ।

୭. ନାକରେ ସକାଳ ଓ ସନ୍ଧ୍ୟା ସମୟରେ ରାଶି ତେଲ, ନଡିଆ ତେଲ କିମ୍ବା ଘିଅ ଦିଅନ୍ତୁ ।

୮. ପାଟିରେ ଏକ ଚାମଚ ରାଶି ତେଲ କିମ୍ବା ନଡିଆ ତେଲ ନେଇ ଏହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ପାଟିରେ ବନ୍ଦ କରି ରଖନ୍ତୁ । ଏହା ପରେ ଏହାକୁ ଫୋପାଡି ଦିଅନ୍ତୁ । ଗରମ ପାଣି ଦ୍ଵାରା କୁଳି କରନ୍ତୁ । ଏମିତି ଦିନକୁ କମ ସେ କମ ୨ ଥର କରନ୍ତୁ ।

୯. ଗରମ ପାଣିରେ ପୁଦିନା କିମ୍ବା ଆଜ୍ଵାଇନ ମିଶ୍ରଣ କରି ସ୍ଟିମ ଥେରେପୀ ନିଅନ୍ତୁ । ଏମିତି ଦିନକୁ ଥରେ କରନ୍ତୁ ।

୧୦. ମହୁରେ ଲବଙ୍ଗର ପାଉଡର ମିଶାଇ ଦିନକୁ ୨ ରୁ ୩ ଥର ସେବନ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button