ବିଚାର

ମୋ ବସ ରେ ଏମିତି ହୁଏ ଲୁଟ, ସାମ୍ନାକୁ ଆସିଲା Live Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଆମ ଦେଶରେ ଚୋର ହେବ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟତ ଅନେକ ସ୍ଥାନରେ ଚୋରୀ ହେବାର ନଜର ଆସୁଛି । କିନ୍ତୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଚୋରୀ ଘଟନା ସାମ୍ନା କୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆବାକ ହୋଇଯିବେ । ତେବେ ଏହ ଚୋରୀ ହୋଇଛି ମୋ ବସ ରୁ । ମୋ ବସ ହେଉଛି ଏମିତି ବସ ଯେଉଁଥିରେ ଯାତ୍ରୀ ମାନେ ସ୍ୱଳ୍ପ ପଇସାରେ ବିଭିନ୍ନ ଜାଗାକୁ ଯାତ୍ରା କରିଥାନ୍ତି ।

ଏହି ବସ ରେ ଅନେକ ସୁବିଧା ମଧ୍ୟ ରହିଛି । ତେବେ ମୋ ବସ ରେ ଏବେ ଲୁଟେରା ମାନେ ପଶି ଚୋରୀ କରିବାରେ ଲାଗିଛନ୍ତି ଯାହାର ଏକ ଭିଜୁଆଲ ସୋସିଆଲ ମିଡିଆରେ ନଜର ଆସୁଛି । ଆପଣ ମାନେ ବି ଥରେ ଏହି ଲୁଟେରା ମାନଙ୍କ ମୁହଁ କୁ ଟିକେ ନଜର ପକାନ୍ତୁ । ଲୋକଙ୍କ ଠାରୁ ଲୁଟିବା ପାଇଁ ଏମାନେ ଏମିତି ଉପାୟ ବାହାର କରିଥିଲେ ଯେ ଆପଣ ଜାଣିଲେ ଆବାକ ହୋଇଯିବେ । ପ୍ରକୃତରେ ଏ ଲୁଟେରା ମାନଙ୍କ ଟାର୍ଗେଟ ରେ ରହୁଥିଲେ ଭୁବନଶ୍ଵର କଟକ ରୁଟ ରେ ଚାଲୁଥିବା ବସ ରେ ଯାତ୍ରା କରୁଥିବା ଯାତ୍ରୀ ।

କଳେ ବଳେ କୌଶଳରେ ତାଙ୍କ ଠାରୁ ଟଙ୍କା ମୋବାଇଲ ଲୁଟିବା ନେଇ ଏମାନେ ବାହାର କରିଥିଲେ ନିଆରା ଉପାୟ । 7 ଜଣ ମିଶି ଗୋଟିଏ ବସ ରେ ଚଢୁଥିଲେ ଓ ସେଠାରେ ଏକ କୃତିମ ଉପାୟରେ ଭିଡ କରୁଥିଲେ । ଆପଣ ମାନେ ବି ଥରେ ଭଲରେ ଦେଖନ୍ତୁ ଏହି ଭିଜୁଆଲ କୁ କେମିତି ଭିଡ ତିଆରି କରି ଯାତ୍ରୀଙ୍କୁ ଲୁଟୁ ଥିଲେ ଏହି ଦୁର୍ବୁତ୍ତ । କିଛି ଦିନ ତଳେ ମୋ ବସ ରୁ 42 ହଜାର ଟଙ୍କା ଚୋରୀ ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ବିରାଞ୍ଚି ଶେଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ।

ଶେଷରେ ଏହି 7 ଜଣିଆ ଟିମ କୁ କାବୁ କରିଛି କମିଶନର ରେଟ ପୋଲିସ । ତେବେ ଗିରଫ ହୋଇଥିବା 7 ଜଣଙ୍କ ନାଁ ରେ 6ଟି ମାମଲା ରହିଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ । ଏମାନଙ୍କ ଠାରୁ 57 ହଜାର ନଗତ ଟଙ୍କା ଓ 9ଟି ମୋବାଇଲ ଜବତ ହୋଇଛି ।

ତେବେ ଲୁଟେରା ଙ୍କ ଠାରୁ ଟଙ୍କା ଜବତ କରିବା ପରେ ଅଭିଯୋଗ କରିଥିବା ବିରଞ୍ଚି ଙ୍କ ସହ ଅନ୍ୟ 2 ଜଣଙ୍କୁ ଟଙ୍କା ଫେରାଇଛି ପୋଲିସ । ଆଗକୁ ପୋଲିସ ଏହି ମାମଲାର ତଦନ୍ତ ଏବେ ବି ଜାରି ରଖିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମ କୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button