ନୀତି

ଶିବମନ୍ଦିରରେ ଅଭିଷେକ ଚାଲୁଥିବା ବେଳେ ବାହାରିଲା ବିଶାଳ ଅଜଗର – Utkal Mail


କୋଟା: କୋଟା ସହରସ୍ଥିତ ଶିବମନ୍ଦିରରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗର ସାପର ଲମ୍ବ ୭ଫୁଟ ବୋଲି କୁହାଯାଉଛି। ମନ୍ଦିର ଭିତରେ ଅଜଗରକୁ ଦେଖି ପୂଜା କରୁଥିବା ପୂଜାରୀ ଓ ଭକ୍ତ ଭୟଭୀତ ହୋଇଯାଇଥିଲେ। ଯିଏ ଯେଉଁଆଡେ ପାଇଥିଲେ ଭୟରେ ଦୌଡ଼ି ପଳାଇଥିଲେ। ଆଉ କିଏ ଭଗବାନ ଶିବଙ୍କ ଦର୍ଶନ ପାଇଥିବା କହି ପୂଜା ଅର୍ଚ୍ଚନା କରିବା ଆରମ୍ଭ କରି ଦେଇଥି‌ଲେ।

ତେବେ ଏହି ଅଜଗରକୁ ଉଦ୍ଧାର ପାଇଁ ଗ୍ରାମବାସୀ ସାପ ଧରାଳୀଙ୍କୁ ଖବର ଦେଇଥିଲେ। ଖବର ପାଇ ସାପ ଧରାଳୀ ଗୋବିନ୍ଦ ଶର୍ମ‌ା ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଚେଷ୍ଟା ପରେ ଗୋବିନ୍ଦ ଅଜଗରକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେ ଉକ୍ତ ସାପକୁ ନେଇ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥିଲେ।

ଏହି ଘଟଣାକୁ ନେଇ ସାପ ଧରାଳୀ ‌ଗୋବିନ୍ଦ ଶର୍ମା କହିଛନ୍ତି, ‘ଗତ ସୋମବାର ଶିବମନ୍ଦିରରେ ପୂଜାରୀ ଭଗବାନ ଶିବଙ୍କ ଅଭିଷେକ କରୁଥିଲେ। ଅଭିଷେକ ହେଉଥିବା ପାଣି ଶିବଲିଙ୍ଗ ନିକଟରେ ହୋଇଥିବା ନାଳରେ ଯାଉ ନଥିଲା। ପାଣି ଗୋଟିଏସ୍ଥାନରେ ଜମି ଯାଇଥିଲା। ନାଳ ବୋଧ ହୁଏ ଜାମ ହୋଇଯାଉଛି ବୋଲି ପୂଜାରୀ ଭାବି ଆସି ଦେଖିଲା ବେଳକୁ ସେ ଯାହା ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ।

ନମଃ ଶିବାୟ ନମଃ ଶିବାୟ ବୋଲି ରଡ଼ି କରି ମନ୍ଦିର ବାହାରକୁ ଦୌଡ଼ି ଯାଇ ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଥି‌ଲେ। ଏହାପରେ ମୋତେ ଫୋନ ଆସିବାରୁ ମୁଁ ଶିବଲିଙ୍ଗ ନିକଟରେ ଥିବା ନାଳରୁ ଅଜଗରକୁ ଉଦ୍ଧାର କରିଥିଲି। ଗ୍ରାମବାସୀଙ୍କ କହିବାନୁସାରେ ସେମାନେ ଅଜଗର ଉଦ୍ଧାର ହୋଇଥିବ‌ା ସ୍ଥାନରେ ଅନେକ ଅଜଗର ଛୁଆଁଙ୍କୁ ପୂର୍ବରୁ ଦେଖିବାକୁ ପାଇଛନ୍ତି। ଯେଉଁମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।’

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button