ସ୍ୱାସ୍ଥ୍ୟ

ବାସି ରୁଟି ଫୋପାଡି ଦେଉଛନ୍ତି କି ? ବାସି ରୁଟି ଖାଇବାର ଏହି ସବୁ ଫାଇଦା ଜାଣିଲେ ଆଉ କେବେ ବି ଫୋପାଡିବେ ନାହିଁ

ରାତିରେ ବଳି ଯାଇଥିବା ରୁଟି ଦେହ ପାଇଁ ଖରାପ ଭାବି ଅନେକ ଲୋକ ତାହା ଫୋପାଡି ଦିଅନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ବାସି ରୁଟି ଭୋଜନ କରିବାର ରହିଛି ଅନେକ ଫାଇଦା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ କଥା । ରାତିରେ ତିଆରି ହୋଇଥିବା ରୁଟି ପରଦିନ ସକାଳେ ଖାଇଲେ କେତେ ଉପଯୋଗୀ ଏହା ବହୁତ କମ ଲୋକ ଜାଣନ୍ତି । ତେବେ ଚାଲନ୍ତୁ ଜାଣିବା ବାସି ରୁଟିର କଣ ସବୁ ଫାଇଦା ରହିଛି ।

ଦେଖିବାକୁ ଗଲେ ବାସି ଜିନିଷ ଖାଇବା ଆମ ଶରୀର ପାଇଁ ବିଲକୁଲ ମଧ୍ୟ ଭଲ ନୁହେଁ । କିନ୍ତୁ ରାତିରେ ତିଆରି ହୋଇଥିବା ରୁଟି ତା’ ପରଦିନ ସକାଳେ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ସମସ୍ଯା ରହିଛି ସେମାନେ ବାସି ରୁଟି ଖାଇବା ଉଚିତ । ଏହାଦ୍ବାରା ସେମାନଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ରକ୍ତଚାପ ରୋଗୀ ସକାଳୁ ଥଣ୍ଡା କ୍ଷୀରରେ ବାସି ରୁଟି ମିଶାଇ ଖାଇବା ଦେହ ପାଇଁ ଉପଯୋଗୀ ହୋଇଥାଏ ।

ଅମ୍ଳ ରୋଗୀ ମଧ୍ୟ ସକାଳୁ ବାସି ରୁଟି ଖାଇବା ଉଚିତ । ସେମାନେ ମଧ୍ୟ କ୍ଷୀର ନହେଲେ ତରକାରୀ ସହ ବାସି ରୁଟି ଖାଇ ପାରିବେ । କିନ୍ତୁ ବାସି ରୁଟି କ୍ଷୀର ସହ ଖାଇବା ଅଧିକ ଭଲ ହୋଇଥାଏ । ବାସି ରୁଟି କ୍ଷୀର ସହ ଭୋଜନ କରିବା ଦ୍ଵାରା ଶରୀର ତାପମାନ ମଧ୍ୟ ଠିକ ରହିଥାଏ । ବେଳେବେଳେ ବା ଗରମ ଦିନେ ଅଧିକ ବାହାରେ ବୁଲିଲେ ଆମ ଶରୀରର ତାପମାତ୍ରା ବିଗିଡି ଯାଇଥାଏ । କିନ୍ତୁ ବାସି ରୁଟି ଓ କ୍ଷୀର ଖାଇବା ଦ୍ଵାରା ଏହା ଆମ ଶରୀରର ତାପମାତ୍ରାରେ ସନ୍ତୁଳନ ରଖିଥାଏ ।

ଯଦି ଆପଣ ଭାବୁଛନ୍ତି କି ବାସି ରୁଟି ଖାଇବା ଦ୍ଵାରା ଆପଣଙ୍କ ଦେହ ଖରାପ ହୋଇଯିବ, ତେବେ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ବାସି ରୁଟି ଖାଇଲେ ଅନେକ ଫାଇଦା ମିଳିଥାଏ ଏହା ବୈଜ୍ଞାନିକ ମାନେ ମଧ୍ୟ ପ୍ରମାଣିତ କରି ଦେଖାଇ ସାରିଲେଣି । କିନ୍ତୁ ମାନେ ରଖନ୍ତୁ ସବୁବ୍ବେଳେ କେବଳ ଗୋଟିଏ ଦିନ ତଳର ରୁଟି ହିଁ ଖାଇବେ । ବାସି ରୁଟି ଖାଇବା ଦ୍ଵାରା ସମସ୍ତ ପ୍ରକାର ପେଟ ଜନିତ ସମସ୍ଯା ମଧ୍ୟ ଦୂର ହୋଇଯାଏ । ରାତିର ରୁଟିକୁ ସକାଳେ ଖାଇବାର ଫାଇଦା ଆପଣ ଏବେ ଜାଣିଗଲେ । ବାସି ରୁଟିକୁ ନ ଫୋପାଡି ସେବନ କରନ୍ତୁ ଓ ଏହାର ଲାଭ ଉଠାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button