ଦେଶ ବିଦେଶ

ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଉପରେ ପଡିଲା ଟ୍ରମ୍ଫଙ୍କ ନଜର, ଏହି ଚାଷ କରୁଥିବା ଚାଷୀଙ୍କର ବଦଳି ପାରେ ଭାଗ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ନଜର ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଉପରେ ପଡିବାରୁ ପଶ୍ଚିମବଙ୍ଗରେ ଚାଷ କରାଯାଉଥିବା ସିଙ୍କୋନା ଚାଷୀମାନଙ୍କର ଆଶା ଅଟେ କି  ଏହା ଦ୍ଵାରା ତାଙ୍କର ଭାଗ୍ୟ ବଦଳିଯିବ । ସିଙ୍କୋନା ଗଛର ଛେଲିରୁ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ପ୍ରସ୍ତୁତ କରାଯାଉ ଥିବାରୁ ଦାର୍ଜଲିଙ୍ଗର ଚାଷୀ ମାନଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହେଇଛି । ୧୮୬୨ ମସିହାରେ ସେଠାରେ ସିଙ୍କୋନାର ଚାଷ ଆରମ୍ଭ ହୋଇଥିଲା । ଏହାର ମ୍ୟାଲେରିଆ କୁ ଭଲ କରିବା ପାଇଁ ବେଶ ଦରକାରୀ ହୋଇଥାଏ । ସିଙ୍କୋନା ଗଛର ଛେଲିରୁ ପ୍ରସ୍ତୁତ କୁନୈନ ବଟିକା ଏବଂ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ମ୍ୟାଲେରିଆ ରୋଗୀଙ୍କର ଚିକିତ୍ସା ପାଇଁ ଉପଯୋଗ କରାଯାଏ ।

୨୦୧୬ ମସିହାରେ ବିଶ୍ଵ ମ୍ୟାଲେରିଆ ରିପୋର୍ଟ ଅନୁସାରେ ଭାରତର ଅଧା ଜନସଂଖ୍ୟାଙ୍କୁ ମ୍ୟାଲେରିଆ ହେବାର ସମ୍ଭାବନା ଥିଲା । ପାଖାପାଖି କିଛି ବର୍ଷ ଧରି ସିଙ୍କୋନା ଚାଷ କରୁଥିବା ଚାଷୀ ମାନଙ୍କୁ କିଛି ଅସୁବିଧାର ସାମନା କରିବାକୁ ପଡିଲା କାରଣ ସିନ୍ଥେଟିକ ଉପାୟରେ କୁନୈନ ବଟିକା ପ୍ରସ୍ତୁତ ହେବାକୁ ଲାଗିଲା । ପଶ୍ଚିମ ବଙ୍ଗରେ ସିଙ୍କୋନା ଦେଖାଶୁଣା କରୁଥିବା ନିର୍ଦେଶକ ସେମ୍ୟୁଏଲ ରାୟ କହିଛନ୍ତି କରୋନା ର ଆତଙ୍କ ମ୍ୟାଲେରିଆ ଔଷଧର ଚାହିଦା ବଢାଇଛି ଏହା ଦ୍ଵାରା ଦାର୍ଜଲିଙ୍ଗ ରେ ବି ସିଙ୍କୋନା ର ଚାଷ ବଢିବ ।

ବହୁତ ବର୍ଷ ପରେ ବ୍ୟବସାୟରେ ସୁଧାର ଆସିବ ବୋଲି ସେ କହିଛନ୍ତି । ସିଙ୍କୋନା ଗଛ ଛାଲରେ ଅନେକ ପ୍ରକାରର ଔଷଧ ତିଆରି କରାଯାଉ ଥିବା କାରଣରୁ ଔଷଧ ତିଆରି କରୁଥିବା କମ୍ପାନୀ ଗୁଡିକ ଏହି ଗଛକୁ ନିଲାମ ଧରି କିଣିଥାନ୍ତି ।

ଯେତେବେଳେ ତାଙ୍କୁ ପଚରାଗଲା କି ବେପାର ବଢିବ ବୋଲି ତାଙ୍କୁ କାହିଁକି ଲାଗୁଛି, ଶ୍ରୀ ରାୟ କହିଲେ ମ୍ୟାଲେରିଆ ଔଷଧର ଚାହିଦା ବଢୁ ଥିବାର ଦେଖି ଲାଗୁଛି କୁନୈନ ଉତ୍ପାଦନ ବଢିବ । ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ମ୍ୟାଲେରିଆ ଔଷଧର ଚାହିଦା ବଢିବା ସମୟରେ ସିଙ୍କୋନା ଗଛର ସୁଖୀ ଯାଇଥିବା ଛାଲ ବିଷୟରେ ସୂଚନା ମାଗିଛନ୍ତି । ଆମର ଆଶା ଅଛି କି ପ୍ରାକୃତିକ କୁନୈନ ଲାଭକାରୀ ହେବ । ଶ୍ରୀ ରାୟ କହିଛନ୍ତି ସିଙ୍କୋନା ଦାର୍ଜଲିଙ୍ଗ ଏବଂ କଲିମ୍ପୋଗ ରେ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button