ଦେଶ ବିଦେଶ

ହରିୟାଣାର ୨୮୦୦ ନର୍ସ ଦିଗୁଣା ସ୍ୟାଲେରୀ ନେବା ପାଇଁ କରିଲେ ମନା, କହିଲେ – ଗରିବ ଲୋକମାନଙ୍କୁ ଦିଅନ୍ତୁ ଟଙ୍କା, ଆଉ ତା ପରେ

କହିବାକୁ ଗଲେ ଏହିଭଳି ସଙ୍କଟ ପୂର୍ଣ ପରିସ୍ଥିତିରେ ସମସ୍ତେ ସମସ୍ତଙ୍କର ସାହାର୍ଯ୍ୟ ପାଇଁ ଆଗକୁ ଆସୁଛନ୍ତି । ପ୍ରାୟତଃ ଧନୀ ଲୋକମାନେ ନିଜର ଜମାପୁଞ୍ଜିରୁ ବି କିଛି କିଛି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରୁଛନ୍ତି । କିନ୍ତୁ ଏହିଭଳି ପରିସ୍ଥିତିରେ ପୋଲିସ ଓ ଡାକ୍ତରମାନେ ଭଗବାନ ହୋଇ ସାଧାରଣ ଜନତା ଓ ମହାମାରୀ ପୀଡିତ ବ୍ୟକ୍ତିମାନଙ୍କ ରକ୍ଷା କରୁଛନ୍ତି । ଏଥିପାଇଁ ସେମାନେ ନିଜର ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି ।

କହିବାକୁ ଗଲେ ଡାକ୍ତର, ନର୍ସ ଓ ମେଡିକାଳର ସ୍ଟାଫମାନେ ହସ୍ପିଟାଲରେ ଦିନରାତି ରୋଗୀମାନଙ୍କ ସେବା କରି ସେମାନଙ୍କୁ ଏହି ରୋଗରୁ ରକ୍ଷା କରୁଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ହରିୟାଣାରୁ ଏକ ଭଲ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ମହାମାରୀର ପରିସ୍ଥିତି ସହ ଦିନରାତି ହସ୍ପିଟାଲରେ ନିଜର ସେବା ପ୍ରଦାନ କରୁଥିବା ହରିୟାଣାର ନର୍ସମାନେ ନିଜର ଦ୍ଵିଗୁଣ ସ୍ୟାଲେରୀ ନେବା ପାଇଁ ମନା କରି ଦେଇଛନ୍ତି ।

ଏହି ନିଷ୍ପତି ହରିୟାଣା ନର୍ସିଂଗ ୱେଲଫେୟର ଏସୋସିଏଶନ ନେଇଛନ୍ତି । କହିବାକୁ ଗଲେ ମହାମାରୀ ଭୂତାଣୁ କାରଣରୁ ହରିୟାଣାର ସରକାର ସମସ୍ତ ଡାକ୍ତର, ନର୍ସ ଓ ସ୍ଟାଫମାନଙ୍କୁ ଦ୍ଵିଗୁଣିତ ସ୍ୟାଲେରୀ ଦେବା ପାଇଁ ଘୋଷଣା କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ୨୮୦୦ ନର୍ସ ସରକାରଙ୍କ ଦ୍ଵିଗୁଣିତ ସ୍ୟାଲେରୀ ନେବା ପାଇଁ ମନା କରିଦେଲେ । ଏହା ଛଡା ଖାସ କଥା ଏହା ଅଟେ କି ନର୍ସିଂଗ ୱେଲଫେୟର ଏସୋସିଏଶନ ହରିୟାଣା ଏହି ଯୁଧ୍ୟରେ ଅନ୍ୟ ଏକ ଭଲ ପଦକ୍ଷେପ ନେଇଛନ୍ତି, ନିଜର ଗୋଟିଏ ଦିନର ସ୍ୟାଲେରୀ ବି ରିଲିଫ ଫଣ୍ଡରେ ଦାନ ଦେବା ପାଇଁ ବି ନିଷ୍ପତି ନେଇଛନ୍ତି ।

ମାନେ ୭୫ ଲକ୍ଷ ଟଙ୍କାରୁ ବି ଅଧିକ ଟଙ୍କା କରୋନ ରିଲିଫ ଫଣ୍ଡକୁ ଦାନ ଦେବେ । ଏସୋସିଏଶନର ପ୍ରଦେଶ ଅଧ୍ୟକ୍ଷ ସୁନୀତା ଦେବୀ, ମହାସଚିବ ବୀନୀତା କୁମାରୀ, ଜ୍ୱାଇଂଟ ସେକ୍ରେଟରୀ ସୁଦେଶ ଚୌଧରୀ ଓ ଉପ ପ୍ରଧାନ ସଂତୋଷ ମଲିକ କହିଲେ କି ନର୍ସିଂଗ ସ୍ଟାଫ ସରକାଙ୍କ ଦ୍ଵିଗୁଣ ସ୍ୟାଲେରୀ ଦେବାର ନିଷ୍ପତିର ସ୍ଵାଗତ କରିଛନ୍ତି । କିନ୍ତୁ ମହାମାରୀର ଏହି ସମୟରେ ସରକାର ବି ଆର୍ଥିକ ସଙ୍କଟରେ ଅଛନ୍ତି ।

ସେଥିପାଇଁ କୋବିଡ – ୧୯ର ପ୍ରକୋପକୁ ଦେଖି ଏହି ଏସୋସିଏଶନ ଦ୍ଵିଗୁଣ ସ୍ୟାଲେରୀ ନେବା ପାଇଁ ମନା କରୁଛି । ସେମାନେ ଏହା ବି କହିଛନ୍ତି କି ସଙ୍କଟ ସମୟରେ ସବୁବେଳେ ଦେଶ ଓ ରାଜ୍ୟ ସହିତ ଛିଡା ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button