ମନୋରଞ୍ଜନ

ଗଦର-୨ ବନାମ ଓଏମ୍‌ଜି-୨, ଶାହରୁଖଙ୍କ ‘ଯବାନ’ ସହ ହେବ ପ୍ରତିଦ୍ବନ୍ଦ୍ବିତା – Utkal Mail


ମୁମ୍ବାଇ: ଏକାଦିନରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ପିରିୟଡ ଆକ୍ସନ ଡ୍ରାମା ଗଦର-୨ ଓ ଅକ୍ଷୟ କୁମାରଙ୍କ କମେଡି ଡ୍ରାମା ଓ ମାଇ ଗଡ୍ (ଓଏମ୍‌ଜି)-୨ ବଡ଼ ପରଦାରେ ଧମାଲ ସୃଷ୍ଟି କରିଛନ୍ତି। ଶୁଭମୁକ୍ତିର ୨୬ ଦିନରେ ବି ଉଭୟର ଚାହିଦା କମିନି।
ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୫୦୦ କୋଟି ବ୍ଲବ୍‌ରେ ସାମିଲ ହୋଇ ସାରିଥିବା ବେଳେ ଅମିତ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି। ଆଗକୁ ଶାହରୁଖ ଖାନ୍‌ଙ୍କ ଯବାନ ସହ ମଧ୍ୟ ବକ୍ସ ଅଫିସରେ ଏମାନଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ।
ପ୍ରାଥମିକ ଟ୍ରେଣ୍ଡ୍ ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ୨୬ତମ ଦିନରେ ୨ରୁ ୩ କୋଟି ଟଙ୍କା ଅର୍ଜନ କରିଛି। ଫଳରେ ଏହାର ମୋଟ ଆୟ ୫୦୬ରୁ ୫୦୭ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଗୁରୁତ୍ବପୂର୍ଣ୍ଣ ସାମାଜିକ ବାର୍ତ୍ତା ଦେଉଥିବା ଅକ୍ଷୟ କୁମାରଙ୍କ ଓଏମ୍‌ଜି-୨ ଷଡ଼୍‌ବିଂଶ ଦିବସରେ ୦.୭୫ରୁ ୧.୨୦ କୋଟି ପର୍ଯ୍ୟନ୍ତ ଅର୍ଜନ କରିଛି। ଫଳରେ ଏହାର ମୋଟ ଆୟ ୧୫୦ କୋଟି ସୀମା ଅତିକ୍ରମ କରିଛି।
ଓଏମ୍‌ଜି-୨ ଓ ଗଦର-୨ ପରସ୍ପର ସହ ଏବଂ ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍ ଗାର୍ଲ-୨ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେପ୍ଟେମ୍ବର ୭ରେ ମୁକ୍ତିଲାଭ କରିବାକୁ ଯାଉଥିବା ଶାହରୁଖ ଖାନ୍‌ଙ୍କ ଯବାନ ସହ ଏମାନଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ବର୍ତ୍ତମାନ ଯବାନ ପାଇଁ ସିନେମା ହଲ୍‌ଗୁଡ଼ିକ ଅଗ୍ରିମ ବୁକିଂ କରୁଥିବା ଦେଖିବାକୁ ମିଳୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button