ଦେଶ ବିଦେଶ

ଜି-୨୦ ସମ୍ମିଳନୀକୁ ଆସି ଜାତୀୟ ରାଜଧାନୀର ଏହି ସବୁ ହୋଟେଲ୍‌ରେ ରହିବେ ବିଶ୍ବର ନେତାମାନେ – Utkal Mail


ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଚାଲୁଥିବା ୟୁକ୍ରେନ ଯୁଦ୍ଧକୁ ନେଇ ଭୌଗଳିକ-ରାଜନୈତିକ  ବିଭାଜନ ‌ହେବା ପରେ ବିଶ୍ବ ଗଭୀର ସମସ୍ୟା ସବୁ ଦେଇ ଗତି କରୁଛି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରୁପ୍‌ ୨୦ ବ‌ା ଜି-୨୦ର ନେତାମାନେ ନୂଆଦିଲ୍ଲୀରେ ଏକତ୍ରିତ ହେବେ।

ଚଳିତବର୍ଷ ଜି-୨୦ର ନେତୃତ୍ୱ ନେଉଥିବା ଭାରତ ଏହାକୁ ନେଇ ପ୍ରସ୍ତୁତି ଜୋର୍‌ଦାର୍‌ କରିଛି। ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଉଥିବା ପ୍ରମୁଖ ନେତାମାନେ କେଉଁଠାରେ ରଖିବେ ତାହାର ମଧ୍ୟ ଉତ୍ତମ ବନ୍ଦୋବସ୍ତ ହୋଇଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୂଆଦିଲ୍ଲୀରେ ପହଞ୍ଚି ‘ଆଇଟିସି ମୌର୍ଯ୍ୟ’ରେ ରହିବେ। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସି ‘ସାଙ୍ଗରି-ଲା ହୋଟେଲ୍‌’ରେ ରହିବେ। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବନିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତି। ଶିଖର ସମ୍ମିଳନୀ ପୂର୍ବରୁ ୪୩ ବର୍ଷୀୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଭାରତ “ଠିକ୍ ସମୟର ଠିକ୍‌ ଦେଶ” ବୋଲି କହିଥିଲେ।

ସେହିପରି ପ୍ରିମିୟର ଲି କିଆଙ୍ଗ ଚୀନ୍‌ର ପ୍ରତିନିଧୀ ଦଳର ନେତୃତ୍ୱ ନେବେ। ଚୀନର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌  ଏଥର ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ। ୨୦୦୮ ମସିହାରୁ ଜି-୨୦ ଆରମ୍ଭ ହେବା ପରଠାରୁ ଜିନ୍‌ପିଙ୍ଗ୍‌ କେବେ ବି ଅନୁପସ୍ଥିତ ରହିନଥିଲେ। ତେବେ ତାଙ୍କ ସ୍ଥାନରେ ଆସିଥିବା ପ୍ରିମିୟର ଲି କିଆଙ୍ଗଙ୍କ ପ୍ରତିନିଧୀ ଦଳ ‘ତାଜ୍‌ ହୋଟେଲ୍‌’ରେ ରହିବେ।

ଶନିବାର ଏବଂ ରବିବାର ଦିନ ଜି -୨୦ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଆସିଆନ୍‌ ଶିଖର ସମ୍ମିଳନୀରେ ଭାଗ ନେବାକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଇଣ୍ଡୋନେସିଆ ଯାତ୍ରା କରିବେ। ସେ ‘ଦି ଲଲିତ ହୋଟେଲ’ରେ ରହିବେ।

ତେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଭାରତ ସହ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଗସ୍ତରେ ଆସିବେ। ଜି -୨୦ ସମ୍ମିଳନୀ ପାଇଁ ସେ ‘ଇମ୍ପେରିଆଲ୍ ହୋଟେଲ’ରେ ରହିବେ।




Related Articles

Leave a Reply

Your email address will not be published. Required fields are marked *

Back to top button