ଧର୍ମ

ମା’ ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ଜଗତସିଂହପୁର: ଆଜି ପବିତ୍ର ମୂଳାଷ୍ଟମୀ। ଆଜି ଠାରୁ ଆରମ୍ଭ ହେଲା ଶାରଦୀୟ ପାର୍ବଣ ପର୍ବ। ଶକ୍ତିପୀଠ ଗୁଡିକରେ ଆଜିଠାରୁ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଝଙ୍କଡ଼ର ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ଦିନ ବ୍ୟାପି ପାର୍ବଣ ପୂଜା ମା’ଙ୍କ ପୀଠରେ ଅନୁଷ୍ଠିତ ହେବ। ଏହି ଅବସରରେ ଆଜିଠାରୁ ମା’ଜଗତ ଜନନୀ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ। ଏଥି ସହିତ ନବରାତ୍ରି ଠାରୁ ମା’ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା ସହ ପ୍ରାକ୍ତନ ପୀଠକୁ ଯାତ୍ରା ଆଦି ପାରମ୍ପରିକ କାର୍ଯ୍ୟକ୍ରମ କରାଯିବ। ମା’ଶାରଳାଙ୍କ ପୀଠରେ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ ରେ ଶାରଦୀୟ ପାର୍ବଣ ପୂଜା ସ୍ୱତନ୍ତ୍ର ନିତିକାନ୍ତିରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଶାରଦୀୟ ପାର୍ବଣ ପୂଜା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଭକ୍ତଶ୍ରଦ୍ଧାଳୁ ମାନେ ଶାରଦୀୟ ପାର୍ବଣ ପର୍ବରେ ମା’ଶାରଳାଙ୍କ ଦର୍ଶନ କରି କୃପାଲାଭ କରୁଛନ୍ତି। ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରିପାରୁ ନଥିବା ବେଳେ ଚଳିତ ବର୍ଷ ଭଲରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button