ଜୀବନଶୈଳୀ

ସନ୍ଧ୍ୟା ସମୟରେ ମାତ୍ର ୧୦ ମିନିଟ୍‌ ରେ ତିଆରି କରନ୍ତୁ Eggless Mug Cake, ଯାହାର ଟେଷ୍ଟ ରହିଛି ସବୁଠୁ ବେଷ୍ଟ

ବଜାରରେ କେକ୍ ର ଚାହିଦା ଖୁବ୍ ଅଧିକ । ବର୍ତ୍ତମାନ ପିଢୀଙ୍କ ପାଇଁ ପ୍ରତ୍ୟେକ ସେଲିବ୍ରେସନରେ କେକ୍ ନିହାତୀ ଆବଶ୍ୟକ। ତେବେ କିଣା କାହିଁକି ଘରେ ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କେକ୍ । ଏବେ ଆପଣ ନିଜ ପରିବାର ଲୋକଙ୍କ ପାଇଁ କିଛି ଟେଷ୍ଟି ଟେଷ୍ଟି ଖାଇବା ବନାନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ସ୍ଵାଦିଷ୍ଟ ଚକଲେଟ ମାଇକ୍ରୋୱେବ ମଗ୍‌ କେକ୍। ଯାହା ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ପସନ୍ଦ କରିଥାନ୍ତି।

ସବୁଠାରୁ ଖାସ କଥା ହେଉଛି ଏହି କେକ୍ ପ୍ରସ୍ତୁତ କରିବାରେ ଆପଣଙ୍କୁ ମାତ୍ର ୧୦ମିନିଟ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଚକଲେଟ କେକ୍।

ଆବଶ୍ୟକୀୟ ସାମଗ୍ରୀ:
ମଇଦା- ଅଧା କପ
ଚିନି- ଅଧା କପ
କୋକ ପାଉଡର- ୨ବଡ ଚାମଚ
ବେକିଂ ସୋଢା- ଅଧା ଚାମଚ
ଲୁଣ- ଅଧା ଚାମଚ
କ୍ଷୀର- ୩ବଡ ଚାମଚ
କନୋଲା ଅଏଲ- ୨ବଡ ଚାମଚ
ପାଣି- ୧ବଡ ଚାମଚ
ଭାନିଲା ଏସେନ୍ସ- ଅଧା ଚାମଚ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆପଣ ଏକ ବାଉଲରେ ମଇଦା, ଚିନି, କୋକୋ ପାଉଡର, ବେକିଂ ସୋଢା ଏବଂ ଲୁଣ ମିକ୍ସ କରିଦିଅନ୍ତୁ। ଏହାପରେ ସେଥିରେ କ୍ଷୀର, କନୋଲା ଅଏଲ, ପାଣି ଏବଂ ଭାନିଲା ଏସେନ୍ସ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ମାଇକ୍ରୋୱେବ ମଗରେ ପକାନ୍ତୁ। ବର୍ତ୍ତମାନ ଏହାକୁ ମାଇକ୍ରୋୱେବରେ ପାଖାପାଖି ୧ମିନିଟ ୪୫ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏକ ପିନ ସାହାଯ୍ୟରେ ଚେକ୍ କରନ୍ତୁ। ଯଦି କେକ୍ ର ପେଷ୍ଟ ପିନରେ ନଲାଗେ ତେବେ ଆପଣଙ୍କ କେକ୍ ପ୍ରସ୍ତୁତ ହୋଇସାରିଛି। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଚକଲେଟ କେକ୍। ବର୍ତ୍ତମାନ ଏହା ଉପରେ ଆପଣ ଚକଲେଟ ଚିପ୍ସ ପକାଇ ଘରଲୋକଙ୍କୁ ଖାଇବାକୁ ଦିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button