ମନୋରଞ୍ଜନ

୧୪ ବର୍ଷ ପରେ ବାହା ହେବେ ‘ପୋପଟଲାଲ୍’, ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ନଜର ଆସିବେ ମିସେସ ପୋପଟଲାଲ୍

ଟେଲିଭିଜିନ୍ ଜଗତର ସବୁଠୁ ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ । ଦୀର୍ଘ ୧୪ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରିଆସୁଛି । ଏହାର ପ୍ରତିଟି ଚରିତ୍ର ଲୋକଙ୍କ ହୃଦୟରେ ରହିଛନ୍ତି । ଏହି ଶୋ ର ଲୋକପ୍ରିୟତା କଦାପି ହ୍ରାସ ପାଇ ନାହିଁ । ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୋକୁ ଦେଖି ବହୁତ ଖୁସି ହୁଅନ୍ତି । ଏଥିରେ ପ୍ରେତ୍ୟକ ଚରିତ୍ରର ଅଭିନୟ ଫ୍ୟାନ୍ସଙ୍କ ହୃଦୟକୁ ଜିତିଥାଏ ।

ସେହିଭଳି ଏକ ଚରିତ୍ର ହେଉଛି ‘ପୋପଟଲାଲ୍’ । ଆପଣ ୟାଙ୍କୁ ସୋ ରେ ସବୁବେଳେ ନିଜ ବିବାହ ପାଇଁ ଚିନ୍ତିତ ଥିବାର ଦେଖିଥିବେ । ଅନେକ ସମୟରେ ତ’ ବିବାହ ହେଉ ହେଉ ଭାଙ୍ଗିଯାଉଛି । ପୁଣି କେତେବେଳେ ଅନ୍ୟ କିଛି କାରଣ ଲାଗି ବାହାଘର ଭାଙ୍ଗିଯାଉଛି । ତେବେ ଏହାରି ମଧ୍ୟ ଏକ ଖବର ଆସୁଛି ଯେ । ବର୍ତ୍ତମାନ ପୋପଟଲାଲ୍ ଶୋ’ରେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ତାଙ୍କ ପତ୍ନୀଙ୍କ ପ୍ରବେଶ ହେବାକୁ ଯାଉଛି | ପୋପଟଲାଲ୍ ଭୂମିକାରେ ଅଭିନୟ କରୁଥିବା ଶ୍ୟାମ ପଠକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜେ କହୁଛନ୍ତି ଯେ ମିସେସ୍ ପୋପଟଲାଲଙ୍କୁ ଏଣ୍ଟ୍ରି ଶୋ ରେ ଖୁବ ଶୀଘ୍ର ହେବାକୁ ଯାଉଛି । ଶ୍ୟାମ ପାଠକ୍ କହିଛନ୍ତି ଯେ ଖୁବଶୀଘ୍ର ଗୋକୁଲଧାମ ସୋସାଇଟିରେ ମିସେସ ପୋପଟଲାଲ୍ ନଜର ଆସିବେ । ଏବେ ପୋପଟଲାଲ୍ ଆଉ ଏକୁଟିଆ ରହିବେନାହିଁ । ସେ ଆହୁରି କହିଛନ୍ତି ଭବିଷ୍ୟତରେ ନୂଆ ନୂଆ ଚରିତ୍ର ମଧ୍ୟ ନଜର ଆସିବେ ।

ଭିଡିଓରେ ଏହା ଦେଖାଯାଇଛି ଯେ ଶ୍ୟାମ ପଠକଙ୍କ ସହ ଶୈଳେଶ ଲୋଢ଼ା ସୋ ଙ୍କ ସ୍ଥାନରେ ଆସୁଛନ୍ତି ଅମିତ ଭଟ୍ଟ ଯିଏ କି ନୂଆ ତାରକ୍ ମେହତା। ଏହି ସମୟରେ ପୋପଟଲାଲ କହିଛନ୍ତି ଯେ ଶୀଘ୍ର ଶୋ ରେ ସେ ବିବାହ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ, ଦର୍ଶକମାନେ ସୋ’ରେ ମିସେସ ପୋପଟଲାଲ୍ଙ୍କୁ ଦେଖିବାକୁ ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button