ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଅ, ନଚେତ୍ ଟି-୨୦ ବିଶ୍ୱକପ୍ ଭୁଲିଯାଅ: ରୋହିତଙ୍କୁ ଟାର୍ଗେଟ କଲେ ଗମ୍ଭୀର
ଭାରତୀୟ କ୍ରିକେଟ ଟିମ୍ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ୨୦ ସେପ୍ଟେମ୍ବରରୁ ଟି-୨୦ ସିରିଜ ଖେଳିବ। ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଟିମ୍ ମୋହାଲି ପହଞ୍ଚିଛି। ଅଷ୍ଟ୍ରେଲିଅ । ଟିମ୍ ଟ୍ରେନିଂ ଏବଂ ପ୍ରାକ୍ଟିସ ଆରମ୍ଭ କରିଦେଇଛି। ଆଜିଠାରୁ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ ବୋଲି ଜଣାପଡିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ତେଣୁ ରୋହିତଙ୍କୁ ଅଧିକ ପ୍ରେସର ରହିଛି। ଏହି ସିରିଜରେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ହୋଇପାରିବେ ବୋଲି ଗୌତମ ଗମ୍ଭୀର କହିଛନ୍ତି।
ରୋହିତଙ୍କୁ ଚ୍ୟାଲେଞ୍ଜ କରି ଗମ୍ଭୀର କହିଛନ୍ତି, ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ବିଶ୍ୱକପ୍ ଭଳି କଷ୍ଟସାଧ୍ୟ। ଯଦି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ନ ହରାଏ, ତେବେ ବିଶ୍ୱକପ ଜିତିବା କଷ୍ଟକର ହୋଇପଡିବ। ଟିମ୍ ଇଣ୍ଡିଆ ଫ୍ୟାନ୍ସ ୧୫ ବର୍ଷ ହେଲାଣି ଟି-୨୦ ବିଶ୍ୱକପ୍ ଟ୍ରଫିକୁ ଅପେକ୍ଷା କରି ରହିଛି। ୨୦୦୭ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା ଟିମ୍ ଇଣ୍ଡିଆ। ତା’ ପର ଠାରୁ ଟି-୨୦ ବିଶ୍ୱକପ୍ ଜିତିନାହିଁ ଟିମ୍ ଇଣ୍ଡିଆ।
ସିରିଜର ପ୍ରଥମରୁ ଟିମ୍ ଇଣ୍ଡିଆରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ସାମି କରେନା ସଂକ୍ରମିତ ହେବା ଯୋଗୁଁ ଏହି ସିରିଜରୁ ବାଦ ପଡିଛନ୍ତି। ସାମି ଲମ୍ବା ବ୍ୟବଧାନ ପରେ ଭାରତୀୟ ଟି-୨୦ ଟିମକୁ ଫେରିଥିଲେ। ଟିମରେ ଖେଳିବା ପାଇଁ ଏକ ପ୍ରକାର ସ୍ଥିତ ହୋଇସାରିଥିଲା। କିନ୍ତୁ କରୋନା ସଂକ୍ରମିତ ଯୋଗୁଁ ସିରିଜିରୁ ବାଦ୍ ପଡିଛନ୍ତି। ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି। ପୂର୍ବରୁ ଉମେଶ ଆହତ କାରଣରୁ ଦଳରୁ ବାଦ୍ ପଡିଥିଲେ। କିନ୍ତୁ ଏବେ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।
ଅଷ୍ଟ୍ରେଲିଆ ଟିମ୍ ପାଇଁ ଏହି ସିରିଜ ମହତ୍ତ୍ୱପୂର୍ଣ୍ଣ ରହିଛି। ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଥିବା ବେଳେ ଭାରତ ଭଳି ପ୍ରତିଦ୍ୱନ୍ଦୀ ଆଉ ଦେଖିବାକୁ ମିଳିବ ନାହିଁ। ଟିମରେ କିଛି ଖେଳାଳି ଆହତଜନିତ କାରଣ ଯୋଗୁଁ ଏହି ଟୁରର ବାଦ୍ ପଡିଛନ୍ତି।
ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମା ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ କେଏଲ ରାହୁଲ ଉପ ଅଧିନାୟକ ଭାବେ ଚୟନ ହୋଇଛନ୍ତି। ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଜସପ୍ରୀତ ବୁମରା।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର
ଷ୍ଟାଣ୍ଡବାଏ ଖେଳାଳି : ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର