ମନୋରଞ୍ଜନ

ଫିଲ୍ମ ‘ଯବାନ’ରେ କଳାକାରଙ୍କୁ କାଷ୍ଟ କରିବା ପାଇଁ ବର୍ଷେ ସମୟ ନେଇଥିଲେ କାଷ୍ଟିଂ ନିର୍ଦ୍ଦେଶକ – Utkal Mail


ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଛି ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞମାନଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିଛି। ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି।

ଏମଧ୍ୟରେ ଫିଲ୍ମରେ ନଜର ଆସିଥିବା କଳାକାରଙ୍କୁ ବାଛିବା ପାଇଁ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କୁ କେତେ କଷ୍ଟ କରିବାକୁ ପଡ଼ିଥିଲା, ତାହା ସେ ଜଣାଇଛନ୍ତି। ତାଙ୍କ କହିବା ମୁତାବକ, ଫିଲ୍ମର ପୂରା କାଷ୍ଟିଂ କରିବାକୁ ତାଙ୍କୁ ବର୍ଷେ ସମୟ ଲାଗିଥିଲା। ଏକ ସାକ୍ଷାତକାରରେ ସେ କହିଛନ୍ତି, “କାଷ୍ଟିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ଚମତ୍କାର ଥିଲା କାରଣ ଯେତେବେଳେ ଆମେ ଏକ ବଡ ବ୍ୟବସାୟିକ ଚଳଚ୍ଚିତ୍ର କରୁ ସେତେବେଳେ ଆମକୁ ଅନେକ କଥା ଧ୍ୟାନରେ ରଖିବାକୁ ପଡେ। ଫିଲ୍ମରେ ଆମକୁ କିଛି ନୂଆ ଚେହେରା ଏବଂ କିଛି ଜଣାଶୁଣା ଚେହେରା ଆଣିବାର ଥିଲା। ସେଥିପାଇଁ ଆମେ ସାନିଆ ମାଲହୋତ୍ରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଗିରିଜା ଓକ ଗଡବୋଲେ, ଲେହର ଖାନ ଏବଂ ଆଲିଆ କୁରେଶିଙ୍କୁ କାଷ୍ଟ କରିଥିଲୁ। କାରଣ ସେମାନଙ୍କର ଅଡିସନ ବହୁତ ଭଲ ଏବଂ ଚେହେରା ଅଲଗା ଥିଲା। ପ୍ରତ୍ୟେକ ଅଭିନେତ୍ରୀ ଅଲଗା ଦେଖାଯିବା ଜରୁରୀ ଥିଲା। ସେଥିପାଇଁ କାଷ୍ଟିଂ କାମ ଶେଷ ହେଉ ହେଉ ଏକ ବର୍ଷ ଲାଗିଗଲା। ”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button