ଓଡିଶା

ଆଜି ଠୁ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କମେ ଘନୀଭୂତ ହେବାରେ ଲାଗିଛି। ୨୦ ତାରିଖରେ ଏହା ଲଘୁଚାପର ରୂପ ନେବର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଏବଂ ପୂର୍ବ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବିଶେଷ କରି କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗସିଂହପୁର, ପୁରୀ, ଗଞ୍ଜାମ ଏବଂ କଟକ ଜିଲ୍ଲାର କିଛି ଅଞ୍ଚଳରେ ସକାଳୁ ବର୍ଷା ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସକାଳୁ ଝିପଝିପ ବର୍ଷା ଦେଖିବାକୁ ମିଳିଛି । ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଛି ପାଣିପାଗ ବିଭାଗ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button