ଓଡିଶା
ପୁରୀରେ ସୂର୍ଯ୍ୟକିରଣ ସୋ
ପୁରୀ: ପୁରୀରେ ଚିତାକର୍ଷକ ସୂର୍ଯ୍ୟକିରଣ ସୋ। ପାଗରେ ସୁଧାର ଆସିବା ପରେ ପ୍ରଦର୍ଶିତ ହେଲା ଏୟାର ସୋ। ଏରୋବେଟିକ୍ ଟିମ୍ ଆକାଶ ମାର୍ଗରେ ସାହସିକତା ପ୍ରଦର୍ଶନ କରିଛନ୍ତି। ଏକାସାଙ୍ଗରେ ଉଡିଲା ୯ଟି ହକ୍ ଲଢୁଆ ବିମାନ। ପୁରୀ ଆକାଶରେ ଶୁଭିଲା ଲଢୁଆ ବିମାନର ଗର୍ଜନ। ଭୁବନେଶ୍ୱର ଅପେକ୍ଷା ଆହୁରି ତଳେ ଉଡୁଛି ବିମାନ। ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମୁଗ୍ଧ ହୋଇ ଯାଇଛନ୍ତି।