ନାସିକରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନାସିକ: ମହାରାଷ୍ଟ୍ରର ନାସିକରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି “ମହାରାଷ୍ଟ୍ରର ନାସିକରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଗଭୀର ଦୁଃଖିତ । ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରି ଭକ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି “ନାସିକ ଜିଲ୍ଲାର ସପ୍ତଶୃଙ୍ଗୀ ଗଡ଼ରେ ଏକ ଗାଡ଼ି ଖସିପଡ଼ି ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମୁଁ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମେ ସେମାନଙ୍କ ପରିବାରର ଦୁଃଖରେ ସହଭାଗୀ । ମୃତଦେହ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ସମସ୍ତ ଯନ୍ତ୍ରପାତିକୁ ଷ୍ଟାଣ୍ଡବାଇରେ ରଖାଯାଇଛି । ଏହି ଭକ୍ତଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ”
ନାସିକ ଜିଲ୍ଲାର ସପ୍ତଶରଙ୍ଗୀ ଗଡ଼ରେ ଏକ ଭକ୍ତଯାତ୍ରୀ ଭର୍ତ୍ତି ଗାଡ଼ି ଖସିପଡ଼ିବାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କାରରେ ଥିବା ଯାତ୍ରୀମାନେ ସପ୍ତଶୃଙ୍ଗୀ ଦେବୀଙ୍କୁ ଦେଖା କରି ଫେରୁଥିବା ବେଳେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନାସିକର ବନିରେ ଏକ ଇନୋଭା କାର୍ ଖାଲ ଭିତରକୁ ଖସିପଡ଼ିବାରୁ କାରରେ ଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ଗଣପତି ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାରଟି ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗି ଖାଲରେ ପଡ଼ିଥିଯାଇଥିଲା ।ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।



