ଜୀବନଶୈଳୀ

ଧଳା ଗୋଲମରୀଚ ସେବନ ଦ୍ଵାରା କମିବ ମଧୁମେହ, ଜାଣନ୍ତୁ ଖାଇବାର ଉପାୟ

ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଜିନିଷ ମଧ୍ୟରୁ ନିଜ ଶରୀର ପାଇଁ ବ୍ୟବହାର କରି ପାରିବା ଧଳା ଗୋଲ ମାରୀଚ। କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାର ଉପକାର ଦେଇଥାଏ। ଧଳା ମରୀଚର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜ଼ରୁରୀ। ଧଳା ଗୋଲ ମରିଚ ମଧ୍ୟ ମଧୁମେହ ଏବଂ ରକ୍ତ ଚାପ ଭଳି ରୋଗ ପାଇଁ ବହୁତ ଉପଯୋଗୀ।

ଧଳା ମରିଚର ଉପକାରିତା :
ମଣିଷର ସ୍ୱାସ୍ଥ୍ୟ ପାଇଁ କଳା ଗୋଲ ମରୀଚର ଯେତିକି ଉପକାରିତା ଅଛି, ଧଳା ଗୋଲ ମରୀଚର ମଧ୍ୟ ସେତିକି ଉପକାରିତା ରହିଛି। ଏମିତିକି ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦରେ ଧଳା ଗୋଲମରୀଚକୁ ଔଷଧ ରୂପେ ବ୍ୟବହାର କରାଯାଏ। ଧଳା ମରୀଚରେ ଭିଟାମିନ A,ଭିଟାମିନ C,ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ ,କାଲସିଅମ,ଜିଙ୍କ ,ଏନର୍ଜି, ପୋଟାସିୟମ , ମାଗ୍ନେସିୟମ ଆଦି ପୋଷାକ ଗୁଣ ସ୍ୱାସ୍ଥ୍ୟ ସମ୍ଵନ୍ଧିତ ସମସ୍ୟା ଗୁଡ଼ିକ ଦୂର କରିବାରେ ସହାୟକ ହୁଏ। ଏହା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଆସନ୍ତୁ ଜାଣିବା ଧଳା ମରୀଚ ସେବନ କରିବାରେ କେଉଁ କେଉଁ ଉପକାରିତା ସବୁ ମିଳେ। ମଧୁମେହ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ଧଳା ଗୋଲ ମରୀଚ। ମଧୁମେହ ରୋଗର ନିୟନ୍ତ୍ରଣ କରିବାରେ ସହାୟକ ହୁଏ କାରଣ ଧଳା ମରୀଚରେ ମଧୁମେହ ବିରୋଧୀ ଔଷଧୀୟ ପ୍ରଭାବ ଥାଏ। ଯେଉଁଥି ପାଇଁ ମଧୁମେହର ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ ।

ରକ୍ତ ଚାପ ନିୟନ୍ତ୍ରଣ କରେ:

ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ଧଳା ମରୀଚ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରେ। କାରଣ ଧଳା ମରୀଚରେ ଫ୍ଲୋବୋନୋଇଡ଼ିସ,ଭିଟାମିନ “ଏ ” ,ଭିଟାମିନ “ସି ” ଭରପୁର ମିଳିଥାଏ ଏବଂ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ବହୁଳମାତ୍ରାରେ ସହାୟକ ହୁଏ ।

ପେଟର ଗ୍ୟାସ ସମ୍ବଧୀୟ ସମସ୍ୟା ଦୂର କରେ:
ଧଳା ଗୋଲମରୀଚ ସେବନ କରିବା ଦ୍ୱାରା ପେଟର ଗ୍ୟାସ ଦୋଷରୁ ଆରାମ ମିଳେ କାରଣ ଧଳା ଗୋଲମରୀଚରେ ପିପେରୀନ ନାମକ ଏକ ଔଷଧୀୟ ଗୁଣ ଥାଏ ଯାହା ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ପେଟରେ ପାଚନ ଶକ୍ତିକୁ ବଢ଼େଇବା ସହିତ,ପାଚନ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ତେବେ ଆମେ ଦେଇଥିବା ସୂଚନା ବିଶେଷଜ୍ଞଙ୍କ ପରାମର୍ଶ ନେଇ ଦିଆଯାଇଛି। କିନ୍ତୁ ଯଦି ଆପଣଙ୍କ ଶରୀରରେ ଆପଣ କୌଣସି ରୋଗ ଦେଖନ୍ତି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

Related Articles

Leave a Reply

Your email address will not be published. Required fields are marked *

Back to top button