କ୍ରାଇମ

ରକ୍ତ ସଂପର୍କରେ ପୁଅ ଦେଲା ବିଷ ! ସମ୍ପତ୍ତି ପାଇଁ ମା’-ବାପାଙ୍କୁ କଲା ହତ୍ୟା

ଦେଶ ଉନ୍ନତି କରିବା ସହ ଅପରାଧ ମଧ୍ୟ ଉନ୍ନତ ଧରଣର ହେବାରେ ଲାଗିଛି । ଧନ ସମ୍ପତ୍ତି ପାଇଁ ବ୍ୟକ୍ତି ନିଜ ରକ୍ତ ସଂମ୍ପର୍କକୁ ମଧ୍ୟ ବାଜି ଲଗାଇ ଦେଉଛି। ନିକଟରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ତାଲୁର ଜିଲ୍ଲା ଶିବାଜୀ ନଗରରେ । ଜଣେ ବ୍ୟକ୍ତି ସମ୍ପତ୍ତି ପାଇଁ ନିଜର ପିତାମାତାଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି । ଏହି କାରଣରୁ ଘଟଣା ସ୍ଥଳରେ ପିତାଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ମା ଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ଘଟଣାଟିର ସୂଚନା ପୁଲିସକୁ ମିଳିବା ପରେ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମାମଲାଟିର ତଦନ୍ତ ଚାଳାଇଛି।

ମିଳିଥିବା ସୂଚନା ଅନୁଯାୟୀ , ମହାରାଷ୍ଟ୍ରର ତାଲୁର ଜିଲ୍ଲାର ଶିବାଜୀ ନଗରରେ ଜଣେ ପୁଅ ତାଙ୍କ ପିତାମାତାଙ୍କ ସହ ସମ୍ପତ୍ତିବାଡ଼ିକୁ ନେଇ ଝଗଡ଼ା କରିବା ସହ ତାଙ୍କୁ ଭାଗବଣ୍ଟା କରିବା ପାଇଁ ଜିଦ୍ କରିଥିଲା । ପିତାମାତା ପୁଅର କଥାରେ ରାଜି ନହେବାରୁ ବ୍ୟକ୍ତି ଜଣଙ୍କ ପିତାମାତାଙ୍କୁ ପଇଡ଼ ପାଣିରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ଯାହା ଫଳରେ ପିତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଙ୍କୁ ଗମ୍ଭୀର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button