ଦେଶ ବିଦେଶ

ଏବେ ଷ୍ଟେସନ ବା ଟ୍ରେନରେ ସେଲଫି ନେବା ପଡ଼ିବ ମହଙ୍ଗା :ଜରିମାନା ସହ ମିଳିବ ଜେଲ୍ ଦଣ୍ଡ

ସେଲଫି ଏବେ ସମସ୍ତଙ୍କ ଜୀବନ ପାଇଁ ବିପଦ ସାଜିଛି। କିଛି ଦିନ ପୂର୍ବେ ଟ୍ରେନ ସହ ସେଲିଫି ନେଉଥିବା ସମୟରେ ଜଣେ ଯୁବକଙ୍କର ଜୀବନ ଚାଲିଯାଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହା ଜନସାଧାରଣଙ୍କ ମଧ୍ୟରେ ଭୟ ଖେଳାଇ ଦେଇଥିଲା । ଏହି ସେଲଫି ମାନିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତୀୟ ରେଳ ନୂତନ ନିୟମ ଲାଗୁ କରିଛନ୍ତି । ବଢ଼ୁଥିବା ସେଲଫି ଜନିତ ମୃତ୍ୟୁକୁ ରୋକିବା ପାଇଁ ଦକ୍ଷିଣ ରେଳ ଦ୍ବାରା ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ଯଦି କେହି ବ୍ୟକ୍ତି ଟ୍ରେନ୍ ମଧ୍ୟରେ ବା ରେଳ ଷ୍ଟେସନ ନିକଟରେ ସେଲଫି ନେଉଛନ୍ତି ତେବେ ଆପଣଙ୍କୁ ହଜାର ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ରେଳ କର୍ମଚାରୀଙ୍କ କହିବା ଅନୁଯାୟୀ , ରୋମାଞ୍ଚକର ଫଟୋ ଉଠାଇବା ଚକ୍କରରେ ଚଳନ୍ତା ଟ୍ରେନ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସାଧାରଣ ଜନତା । ଏଥିପାଇଁ ନିଜର ଜୀବନ ମଧ୍ୟ ହାରୁଛନ୍ତି । ଏଣୁ ଏପରି ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ରେଳ ଷ୍ଟେସନ ବା ଟ୍ରେନ ଚାଲୁଥିବା ସମୟରେ ସେଲଫି ଉଠାଉଥିବା ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଜରିମାନା ସହ ୬ ମାସ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ମଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button