ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ବ୍ରେକ ନେଇପାରନ୍ତି ବାଦଶାହ ! ଇନଷ୍ଟା ପୋଷ୍ଟକୁ ନେଇ ଫ୍ୟାନ୍ସ ଚିନ୍ତାରେ
ଖୁବଶୀଘ୍ର ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ବ୍ରେକ ନେଇପାରନ୍ତି ବାଦଶାହ। ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି। ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, ‘ଟେକିଂ ଏ ବ୍ରେକ୍’ । ଏହି ପୋଷ୍ଟକୁ ନେଇ ଏବେ ଚାଲିଛି ବେଶ୍ ଚର୍ଚ୍ଚା।
ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି ବାଦଶାହ। ସବୁବେବେଳେ ନିଜର ଅପକମିଂ ପ୍ରୋଜେକ୍ଟସ ଏବଂ ଗୀତକୁ ନେଇ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି। ଆଉ ନିକଟରେ କରିଥିବା ଇନଷ୍ଟା ପୋଷ୍ଟକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଫ୍ୟାନ୍ସ। ବାଦଶାହ ସୋସିଆଲ ମିଡିଆରୁ ବ୍ରେକ ନେଉଛନ୍ତି କି ମ୍ୟୁଜିକରୁ ତା’ ଜାଣିବା ପାଇଁ ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି।
ଯଦି ବାଦଶାହ ହଠାତ୍ ମ୍ୟୁଜିକ ଇଣ୍ଡଷ୍ଟ୍ରୀରୁ ବ୍ରେକ ନିଅନ୍ତି ତେବେ ଫ୍ୟାନ୍ସ ଭାଙ୍ଗିପଡିବେ। ନିଜ ଗୀତରେ ଲକ୍ଷ ଲକ୍ଷ ଲୋକଙ୍କୁ ଦିଓ୍ଵାନା କରୁଥିବା ବାଦଶାହ ଏହି ବିଷୟରେ କିଛି ଖୁଲାସା କରିନାହାନ୍ତି।
ସୂଚନାଯୋଗ୍ୟ, ବାଦଶାହଙ୍କ ନୂଆ ଗୀତ ‘ଗେନ୍ଦା ଫୁଲ’କୁ ନେଇ ବିବାଦ ଉପୁଜିଥିଲା। ଏହି ଗୀତ ବଲିଉଡରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହି ଗୀତ ଚୋରି ହୋଇଥିବା ନେଇ ପ୍ରକୃତ ଲେଖକ ଦାବି କରିଥିଲେ। ଏହି ଗୀତକୁ ଲେଖକ ରତନ କହାର ଲେଖିଥିଲେ। ତେବେ ଗୀତ କରିବା ସମୟରେ ବାଦଶାହ ତାଙ୍କୁ ସଂପର୍କ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲକଡାନ ଯୋଗୁଁ କୌଣସି ସଂପର୍କ ହୋଇନଥିଲା। ତେବେ ରତନଙ୍କ ଆର୍ଥିକ ସ୍ଥିତି ଭଲନଥିବାରୁ ବାଦଶାହ ରତନଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।