ରାଜନୀତି

କଂଗ୍ରେସ ବିଧାୟକ Sura Routray କହିଲେ, “ପାଣ୍ଡିଆନଙ୍କ ସ୍ତ୍ରୀ ବହୁତ ବଢିଆ କାମ କରୁଛନ୍ତି, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସେ ଯେପରି ମହିଳା ମାନଙ୍କ ପାଇଁ…”

ବନ୍ଧୁଗଣ, ସୂଚନା ଅନୁଯାୟୀ ସୁର ରାଉତରାୟ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଚାଷୀ ମାନଙ୍କୁ ସେ ଧନ୍ୟବାଦ ଦେଉଛନ୍ତି, ପ୍ରକୃତ ଗରିବ ଚାଷୀ ମାନଙ୍କ ପାଇଁ ସେମାନଙ୍କ ହୃଦୟ ଥରହର ହେଉଛି । ଯେଉଁଭଳିଆ ଶୀତ, ଏହି ଶୀତ କାକରରେ ମୁଖ୍ୟମନ୍ତ୍ରୀ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ୱାର୍ଲ୍ଡ ହକି ଅନ୍ୟ କିଛି ହେବ ନାହିଁ କି ?

ଭାରତ ସରକାର ତଥା ଓଡିଶା ସରକାର ନିଜ ଭିତରେ ବାଡିଆ ବାଡେଇ ହେଉଛନ୍ତି । ଓଡିଶା ଗରିବ ଲୋକଙ୍କ ପଇସାରେ କେତେ ଖେଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ମାତ୍ର ଚାଷୀ ମାନେ ଖଟିଲେ ଆମେ ଦୁଇମୁଠା ଖାଇବାକୁ ପାଉଛୁ । କିପରି ଚାଷୀ ଙ୍କ କଥା ବୁଝିବନି ? ଚାଷୀ ମାନେ ଯାହା କରିଛନ୍ତି ଠିକ କରିଛନ୍ତି ।

ଚାଷୀମାନେ ବର୍ତ୍ତମାନ ନିଜ ଦାବୀ ପୂରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇଛନ୍ତି ସଠିକ କରିଛନ୍ତି । ସଠିକ ସମୟରେ ତାଙ୍କ ପାଇଁ ଲୋନ ନାହିଁ ଯଥା ଖାଲି ମହିଳା ଲୋନ ଶୁଣାଉଛନ୍ତି, ତଥା ଖାଲି ରଙ୍ଗ ବୋଳୁଛନ୍ତି ଚାରିଆଡେ । ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ସେ ନେଇଛନ୍ତି ଓଡିଶା ମହିଳା ଦାଇତ୍ଵ ତାଙ୍କ ସ୍ତ୍ରୀ । ଆଜି ସମସ୍ତଙ୍କୁ କହିଛନ୍ତି ଯେ ଲୋନ ଦିଆଯିବ । ସାରା ଓଡିଶାରୁ ଆଜି ଗାଡିରେ ଆସିଛନ୍ତି, ଖର୍ଚ୍ଚ ଖାଇବା, ପିଇବା ଲୋନ, ସବୁକିଛି କରୁଛନ୍ତି ପାଣ୍ଡିଆନ ଙ୍କ ସ୍ତ୍ରୀ ।

ତେବେ କେନ୍ଦ୍ର ତ ରୁଣଛାଡ କରୁଛି ମାତ୍ର ଏମାନେ ଏହିଭଳି କାର୍ଯ୍ୟକ୍ରମ କରୁଛନ୍ତି । ସବୁ ଲୋକଙ୍କ ଧାରଣା ଥିଲା ଯେ ଯାହା ହେଉ ନବୀନ ପଟ୍ଟନାୟକ ଟଙ୍କିକିଆ ଚାଉଳ ଦେଇଛି । ତାଙ୍କୁ ଆମେ ଭୋଟ ଦେଉଛୁ ଏହା ଶୀତ କାମ କୁ ମଧ୍ୟ ଯାଉନୁ, ମୂଲ ଲାଗୁନୁ ଏବଂ ଟଙ୍କିକିଆ ଚାଉଳ ଦେଉଛନ୍ତି । ମାତ୍ର ସବୁକୁ ଦେଖିଲା ବେଳକୁ ଇନ୍ଦିରା ଗାନ୍ଧୀ ଚାଉଳ ଦେଇ ଯାଇଛନ୍ତି । ତାହାକୁ ଦେଉଛନ୍ତି ନରେନ୍ଦ୍ର ମୋଦୀ, ପୁଣି ୧୦ କିଲୋ ଦେଉଥିଲେ ମାତ୍ର ୫ କିଲୋ ବନ୍ଧ କରି କହିଲେଣି ସେ ୫ କିଲୋ ମଧ୍ୟ ଆମ୍ଭକୁ ଦିଅ ।

ଏହାର ଅର୍ଥ ଭାରତ ସରକାର ଚାଉଳ ଦେଉଛନ୍ତି । ନବୀନ ପଟ୍ଟନାୟକ ଙ୍କ ୧ ଟଙ୍କା ମଧ୍ୟ ଏଥିରେ ଯୋଗଦାନ ନାହିଁ କି ମୋଦୀ ଙ୍କର ମଧ୍ୟ ନାହିଁ । ଇନ୍ଦିରା ଗାନ୍ଧୀ ଚାଉଳ ଦେଇ ଯାଇଛନ୍ତି ସେହି ଚାଉଳ କୁ ନିଜ ନାମରେ କହି ଦେଉଛନ୍ତି ବୋଲି କହିଥିଲେ ସୁର ।

ଏହା ସହିତ ସେ ଏହା କହିଥିଲେ ଯେ ମହିଳା ମାନେ ବର୍ତ୍ତମାନ ବହୁତ ଲୋନ ପାଉଛନ୍ତି, ଘରଟାରେ ବସୁଥିଲେ ତଥା ଖାଲି ରୋଷେଇ କରୁଥିଲେ, କିନ୍ତୁ ବର୍ତ୍ତମାନ ମହିଳା ମାନେ ରୁଣ୍ଡ ହୋଇ ଲୋନ ନେଇ କିଛି କରି ଆଗକୁ ବଢୁଛନ୍ତି, ଏଣୁ ପାଣ୍ଡିଆନ ଙ୍କ ସ୍ତ୍ରୀ ଙ୍କୁ ଧନ୍ୟବାଦ ! ଏହିଭଳି କିଛି କଥା କହି ପୁଣି ଚର୍ଚ୍ଚାରେ ଆସିଛନ୍ତି ବିଧାୟକ ସୁର ରାଉତରାୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button