ଦେଶ ବିଦେଶ

କୋଣାର୍କ ଚକ୍ର ସମ୍ମୁଖରେ ବିଶ୍ବନେତାଙ୍କୁ ସ୍ବାଗତ-କରମର୍ଦ୍ଦନ କଲେ ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ ଚିତ୍ରିତ ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି: ‘ଜି୨୦’ ସ୍ବାଗତ-କରମର୍ଦ୍ଦନସ୍ଥଳରେ ଓଡ଼ିଶାର ଚିର ବିସ୍ମୟ କୋଣାର୍କ ଚକ୍ର। ସମଗ୍ର ଭାରତବାସୀ ଓ ବିଶେଷକରି ମୋ ଓଡ଼ିଶାର ଭାଇଭଉଣୀଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ।

ଭାରତୀୟ ସଭ୍ୟତାଗତ, ସାଂସ୍କୃତିକ ଓ ଭାସ୍କର୍ଯ୍ୟର ଚମତ୍କାରିତା କୋଣାର୍କ ଚକ୍ର ନିରବଚ୍ଛିନ୍ନତା ଓ ପ୍ରଗତିର ସଙ୍କେତ ଅଟେ।

ସେହିପରି ‘ଜି୨୦’ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯେଉଁ ଆସନରେ ବସିଥିଲେ ତା’ ସମ୍ମୁଖରେ ଥିବାର ଦେଶର ନାମଫଳକରେ ‘ଇଣ୍ଡିଆ’ ପରିବର୍ତ୍ତେ ଇଂରାଜୀ ଅକ୍ଷରରେ ‘ଭାରତ’ ଲେଖାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button