ଅଷ୍ଟ୍ରେଲିଆ ସହିତ ମ୍ୟାଚ୍ ପୂର୍ବରୁ ଷ୍ଟ୍ରେସ ଦୂର ପାଇଁ ବିରାଟ ଏବଂ ହାର୍ଦ୍ଦିକ କଲେ ଡ୍ୟାନ୍ସ, ସେୟାର କଲେ ଭିଡିଓ
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଦୀର୍ଘ ସମୟ ପରେ ଫର୍ମକୁ ଫେରିଛନ୍ତି । କୋହଲି ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନ୍ କରିଥିଲେ। ବିରାଟ କୋହଲି ଅର୍ନ୍ତରାଷ୍ଟ୍ରୀୟ ଟି-୨୦ କ୍ୟାରିଅରରେ ପ୍ରଥମ ଶତକ ଏହି ମ୍ୟାଚରେ ମାରିଥିଲେ। ଏହାପରେ ବିରାଟଙ୍କ ଆତ୍ମବିଶ୍ୱାସ ଫେରିଆସିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ କୋହଲି ଏକ ନୂଆ ଭିଡିଓ ସେୟାର କରିଛନ୍ତି।ଏହି ଭିଡିଓରେ ବିରାଟଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି। ଦୁହେଁ ମଜାଦାର ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୧ରେ ଟି-୨୦ ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆକୁ ପୁଣି ଫେରିଛନ୍ତି। ଆଇପିଏଲ୍ ୨୦୨୨ରୁ ଜବରଦସ୍ତ ଫର୍ମରେ ରହିଛନ୍ତି ବିରାଟ। କୋହଲି ପାଖାପାଖି ୩ ବର୍ଷ ଅପେକ୍ଷା କରିବା ପରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ଲଗାଇଛନ୍ତି ଏବଂ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ଭଳି ମଜୁବତ ଟିମ୍ ବିପକ୍ଷରେ ସିରିଜ ଆରମ୍ଭ ପୂର୍ବରୁ ଷ୍ଟ୍ରେସ ଦୂର କରିବା ପାଇଁ ଦୁହେଁ ମଜାକ୍ ମସ୍ତି କରୁଛନ୍ତି।
ଏହି ଭିଡିଓ ସେୟାର କରି ବିରାଟ ଏବଂ ହାର୍ଦ୍ଦିକ ଲେଖିଛନ୍ତି, ‘ ଆପଣ ଜାଣିଛନ୍ତି କି, ଆମେ କ’ଣ କରୁ’। ଆଉ ଏହି ଭିଡିଓ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି। ଇନଷ୍ଟାଗ୍ରାମରେ ସେୟାର ହେବାର ୧ ଘଣ୍ଟା ପରେ ୧୬ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଲେଣି। ଏହାଛଡା ୧୬ ହଜାରରୁ ଅଧିକ କମେଣ୍ଟ ମଧ୍ୟ ଆସିଲାଣି। ଏହି ଭିଡିଓ ଖେଳାଳି ଦୁହେଁ ଚଷମା ଲଗାଇ ମସ୍ତି ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି।
ବିରାଟ କୋହଲି ଦୀର୍ଘଦିନରେ ଖରାପ ଫର୍ମରେ ରହିଥିଳେ। ସେ ନଭେମ୍ବର ୨୦୧୯ ପରେ କୌଣସି ଶତକ ଲଗାଇନଥିଲେ। ଏହା ପରେ କ୍ରିକେଟର ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡିଥିଲେ। ଆପିଇଏଲରେ ମଧ୍ୟ ଅଧିନାୟକ ପଦ ଛାଡିଥିଲେ। ଏହାପରେ ଗୋଟେ ମାସ ବ୍ରେକ ନେବା ପରେ ଏସିଆ କପରେ ଭଲ ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ଅର୍ଦ୍ଧଶତକ ଲଗାଇଥିଲେ।
ଆଇପିଏଲ ୨୦୨୨ରେ ଫର୍ମକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ବୋଲିଂ ଏବଂ ବ୍ୟାଟିଂରେ କମାଲ କରି ଗୁଜୁରାଟ ଟିମ୍ ଆଇପିଏଲ ୨୦୨୨ ଚାମ୍ପିଆନ ହୋଇଛି। କେବଳ ଏତିକି ନୁହେଁ ଅଧିନାୟକ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇଥିଲେ। ଏହା ପରେ ଭାରତୀୟ ଟିମ୍ରେ ଭଲ ପ୍ରଦର୍ଶନ କରିଥିଲେ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ (ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର